ନୂଆପଡ଼ା – ୨୦/୧୧ (ସୁରେନ୍ଦ୍ର ତିୱାରୀ) ପ୍ରଶାସନ ଦ୍ବାରା ପାଞ୍ଚ ଦିନ ବ୍ୟାପି ଆୟୋଜିତ ହେଉ ଥିବା ଜିଲ୍ଲା ର ଗର୍ବ ଓ ଗୌରବ କୁହାଯାଉଥିବା ଏତିହ୍ୟ ସଂସ୍କୃତି ର ବାର୍ତ୍ତା ବହ ମାରାଗୁଡା ଲୋକ ମହୋତ୍ସବ ବିଗତ ୨୦୧୪ ମସିହା ପରେ କୌଣସି କାରଣରୁ ନିୟମିତ ଆଉ ଜିଲ୍ଲା ସଦର ମହକୁମାରେ ଆୟୋଜିତ ହେଉନାହିଁ। ଏ ନେଇ ପୁର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଉଦ୍ୟମ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କୁ ସାକ୍ଷାତ କରି ମାରାଗୁଡ଼ା ଉତ୍ସବ ପାଇଁ ଚର୍ଚ୍ଚା ଆଲୋଚନା ସହ ପୁଣି ଉକ୍ତ ଉତ୍ସବ କୁ ଆରମ୍ଭ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଉପରୋକ୍ତ ପ୍ରତିନିଧି ଦଳରେ ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା,ବରିଷ୍ଠ ବିଜେପି ନେତା ସରୋଜ ସାହୁ, ଟିଟୁ ପଣ୍ଡା, କମଲେସ ଦୀକ୍ଷିତ , ଶୁଶାନ୍ତ ପତୀ,ସଦାନନ୍ଦ ଯୋଶୀ, ବାସୁଦେବ ବିଶି, ଗୋବିନ୍ଦ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହିଥିଲେ।