ନୁଆପଡ଼ା – ୨୦/୧୧(ସୁରେନ୍ଦ୍ର ତିୱାରୀ) ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦିନିକିଆ ନୂଆପଡା ଗସ୍ତ ପରେ ପରେ ନୂଆପଡା ଜିଲ୍ଲା ଯୋଗାଣ ବିଭାଗ ସକ୍ରିୟ ହୋଇ ମଙ୍ଗଳବାର ରାତ୍ରିରେ ବଲୋଦା ଗ୍ରାମ ସ୍ଥିତ ଅନ୍ନପୂର୍ଣ୍ଣା ରାଇସ୍ ମିଲ୍ରେ ଯୋଗାଣ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ପ୍ରାୟ ୬୦୦ ଶହ ପ୍ୟାକେଟ୍ ନୂଆ ଧାନ ମିଳିଥିଲା । ଯାହା ୫୦୦ ଶହ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
ପୂର୍ବ ଋତୁରେ ନେଇଥିବା ଧାନ ବଦଳରେ ଦେବାକୁ ଥିବା ସମସ୍ତ ଚାଉଳ ମାସେ ଆଗରୁ ଦେଇଥିବା ବେଳେ ରାଇସ୍ ମିଲ୍ରେ ଧାନ ରହିବା କଥା ନୁହେଁ । ହେଲେ ମିଲ୍ରେ ବେଆଇନ ଭାବେ ଗଚ୍ଛିତ ରହିଥିଲା ଧାନ । ଯାହାକୁ ଜିଲ୍ଲା ଯୋଗାଣ ବିଭାଗ ସିଜ୍ କରିବା ସହ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି ।