ନୂଆପଡ଼ା – ୧୦/୧୧ (ସୁରେନ୍ଦ୍ର ତିୱାରୀ) ଖଡିଆଳ ସହରସ୍ଥିତ ଶ୍ରୀଜି ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି, ନୂଆପଡ଼ା କୃଷକ ମୋର୍ଚ୍ଚା ପକ୍ଷ ରୁ ମଣ୍ଡି ରେ ଧାନ ସଂଗ୍ରହ ଅଭିଯାନ ସାଙ୍ଗକୁ ସଦସ୍ୟତା ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗ ଦେଇ ରାଜ୍ୟରେ କୃଷକଙ୍କ ଉତ୍ପାଦିତ ଧାନ କୁ ସରକାର ସଂଗ୍ରହ କରି ସମ୍ମାନ ର ସହ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଧାନ ଟଙ୍କା ବ୍ୟାଙ୍କ୍ ଖାତା ରେ ଜମା ହେବ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ରାଶି ୪୮ ଘଣ୍ଟା ମଧ୍ୟରେ ଜମା ହେବ ବୋଲି ପ୍ରକାଶ କରିଥିଲେ। ଧାନ ମଣ୍ଡିରେ କଟଣି ଛଟଣି ବନ୍ଦ ହେବା ସହ କୃଷକ ମୋର୍ଚ୍ଚା କର୍ମୀ ମାନେ ମଣ୍ଡି ଜଗି ଚୌକିଦାର ଦାୟିତ୍ବ ନିର୍ବାହ କରିବେ ବୋଲି ସେ ଆହୁରି କହିଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ପୁଳିନ ପ୍ରକାଶ ପୁହାନ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଭାପତି ଦେବ ଦେବ ସିଂ ଦେଓ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଶାନ୍ତ ବିଶି, ବରିଷ୍ଠ ଚାଷୀ ସଞ୍ଜୟ ତିୱାରୀ, ପ୍ରମୁଖ ଯୋଗ ଦେଇଥିଲେ।