Odisha news

ସର୍ବ ଭାରତୀୟ ବନ୍ କର୍ମଚାରୀ  କ୍ରୀଡା ମିଟ- ୨୦୨୪ –  ଓଡ଼ିଶା କୁ ୪୦୦ ମିଟର ରିଲେ ଦୌଡ଼ ରେ ଦ୍ବିତୀୟ ସ୍ଥାନ   

0

ନୂଆପଡ଼ା – ୨୧/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ସର୍ବ ଭାରତୀୟ ବନ୍ କର୍ମଚାରୀ ଙ୍କ ଜାତୀୟ କ୍ରୀଡା ମିଟ-୨୦୨୪ ରେ ଓଡ଼ିଶା କୁ ୪୦୦ ମିଟର ରିଲେ ଦୌଡ଼ ରେ ଦ୍ବିତୀୟ ସ୍ଥାନ  ଖଡିଆଳ ବନଖଣ୍ଡ ବିଭାଗ ସଫଳତା ହାସିଲ କାରିଛି। ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ନୂଆପଡ଼ା ଫରେଷ୍ଟର ଖଗେଶ୍ୱର ମାଝୀ  ଓଡ଼ିଶା ପାଇଁ ଏହି ଗର୍ବ ଆଣିଦେଇଛନ୍ତି। ଏହା ପୂର୍ବ ରୁ ମଧ୍ୟ ସେ ରାଜ୍ୟ ତଥା ଜାତୀୟ କ୍ରୀଡା ଉତ୍ସବ ରେ ବିଭିନ୍ନ ସମୟ ରେ ପଦକ ହାସଲ କରିଛନ୍ତି। ଚଳିତ ବର୍ଷ ସର୍ବଭାରତୀୟ ଜାତୀୟ କ୍ରୀଡା ମିଟ -୨୦୨୪ ପଡୋଶୀ ଛତିଶଗଡ଼ ରାଜ୍ୟ ରାଜଧାନୀ ରାୟପୁର ର ସ୍ଵାମୀ ବିବେକାନନ୍ଦ ଏଥଲେଟିକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେIଇଥିଲା। ଫରେଷ୍ଟର ଶ୍ରୀ ମାଝିଙ୍କ ଏହି ସଫଳତା ପାଇଁ ଖଡିଆଳ ବନଖଣ୍ଡ  ଅଧିକାରୀ ଅଜିଜ ଖାନ ସହ ବିଭାଗିୟ ଅଧିକାରୀ,  ସହକର୍ମି ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ   ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Nalco

Leave A Reply