Odisha news

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ  ନିଆଁ ଲଗାଇ ହତ୍ୟା ଉଦ୍ୟମ , ୧୪ ଜଣଙ୍କୁ କୋର୍ଟ ଚାଲାଣ

0

ନୂଆପଡ଼ା – ୧୯/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଗତ କାଲି ଗୁଣି ଗାରେଡି ସନ୍ଦେହ  କରି ଏକ ବୃଦ୍ଧ ପ୍ରତି ନୃଶଂସ ଭୟାନକ କାଣ୍ଡ ଭିଆଇ ଦିଆଯାଇଛି l ପାଳ ବେଣ୍ଟ ଗୁଡ଼ାଇ ନିଆଁ ଲଗାଇ ଵୃଦ୍ଧା ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି  l ବର୍ତ୍ତମାନ ମଣିଷ ଚନ୍ଦ୍ର ପୃଷ୍ଠ ରେ ଅବତରଣ କରି ବିଜ୍ଞାନ ଯୁଗ ରେ ପାଦ ଦେଇ ଥିବା ବେଳେ ଏ ବେ ମଧ୍ଯ କେତ ସ୍ଥାନ ରେ ଏଭଳି ଅନ୍ଧ ବିଶ୍ବାସ ଦେଖିଲେ ସତରେ ବିଶ୍ୱାସ କରି ହେଉନାହିଁ କିନ୍ତୁ ଏ ଭଳି ଏକ ସତ୍ୟ ଘଟଣା ନୂଆପଡ଼ା ଜିଲ୍ଲା ରେ ଦେଖିବାକୁ ମିଳିଛି। ଗୁଣି ଗାରେଡି ସନ୍ଦେହ ରେ ନୂଆପଡା ଜିଲ୍ଲା ସିନାପାଲି ଥାନା ସୀମାନ୍ତ ପୋର୍ଟିପଡ଼ା ରେ ଅଭାବନୀୟ ଘାଟଣା ଘଟିଛି l ପୋର୍ଟିପଡ଼ା ଗାଁର ଖାମସିଂ ମାଝୀ ୬୫ ବର୍ଷ ଙ୍କୁ ଗୁଣି ଗାରେଡି ସନ୍ଦେହ ରେ ଗାଁ ର କିଛି ଲୋକେ ବୈଠକ କୁ ଡାକି ଥିଲେ l ଗୁଣି ଗାରେଡି ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ  ବୈଠକ ଶେଷ ହେବା ପରେ ବୃଦ୍ଧ ଙ୍କୁ ପାଳ ବେଣ୍ଟ  ରେ  ଗୁଡ଼ାଇ ନିଆଁ ଲଗାଇଥିଲେ। ଜୀବନ ବିକଳ ରେ ଵୃଦ୍ଧା ଖାମସିଂ ମାଝୀ ନିକଟସ୍ଥ ପୋଖରୀ କୁ ଡେଇଁ ପଡ଼ିଥିଲେ l ଗୁରୁତର ଆହତ ଖାମ ସିଂ ମାଝୀ ଙ୍କୁ  ସିନାପାଲି ପୋଲିସ ଉଦ୍ଧାର କରି ପ୍ରଥମେ ସିନାପାଲି ମେଡିକାଲ ପରେ ନୂଆପଡା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତି କରାଯାଇ ଚିକିତ୍ସିତ ହେଉଛନ୍ତି। ଏ ସଂପର୍କ ରେ ଆଜି ଘର ଲୋକେ ସିନାପାଲି ଥାନା ରେ ଏଫଆଇଆର  ଦେବାପରେ ଏସ.ଡି.ପି.ଓ ଅଭିଷେକ ଅରୂପ ବେହେରା ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଅବ୍ୟାହତ୍ ରଖିଛନ୍ତି। ଉପରୋକ୍ତ କେସରେ ୧୪ଜଣ ଙ୍କୁ ସିନାପାଲି ଥାନା ରେ ଅଟକ ରଖି  ଘଟଣା ଉପରେ ପଚରା ଉଚରା ଆରମ୍ଭ କରି ୧୪ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି।

Nalco

Leave A Reply