Odisha news

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ

0
ନୂଆପଡ଼ା- ୧୯/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି ଯୋଗେଶ୍ୱର ଭୋଇ , ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଦାଶ, ବିଭାଗର ସମସ୍ତ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ ର ଅଧିକାରୀ ଗଣ ଯୋଗ ଦେଇଥିଲେ l  ଜିଲ୍ଲାର ମୋଟ 634 ଗାଁରୁ 552 ଗାଁ କୁ ହର୍ ଘର୍ ଜଲ୍ ଯୋଜନାରେ ସାମିଲ କରାଯାଇଛି l ଏଥିରୁ 357ଗାଁ କୁ ଜଳଯୋଗାଣ ହୋଇସାରିଛି l
ବିଦ୍ୟୁତ୍ ବିଭାଗ ସହାୟତାରେ ବାକି ଥିବା ପ୍ରକଳ୍ପ ଗୁଡ଼ିକର ବିଦ୍ୟୁତ୍ କାମ ଶୀଘ୍ର ସମ୍ପନ୍ନ କରାଯିବ l ଠିକାଦାର ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବରେ ସମସ୍ତ କାମ ସାରିବେ l ହର୍ ଘର୍ ଜଲ୍ ଯୋଜନାରେ ସମସ୍ତ ଗ୍ରାମର ପ୍ରତି ଘରକୁ ଶୀଘ୍ର ପାନୀୟ ଜଳ ପାଇପ୍ ଯୋଗେ ଯୋଗାଇ ଦେବା ପାଇଁ ଯତ୍ନବାନ ହେବାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
Nalco

Leave A Reply