Odisha news

ଯୁବଶକ୍ତି ଜାଗିଲେ ସମାଜ ଆଗେଇବ : ପ୍ରଥମ ରାଜ୍ଯ ଭୁଲିଆ ଯୁବାମଞ୍ଚ ଗଠିତ 

0
ନୂଆପଡ଼ା -୩୦/୯- ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜର ତତ୍ୱାବଧାନରେ ପ୍ରଥମ ରାଜ୍ଯସ୍ତରୀୟ ସଂଗଠନ ନିଖିଳ ଓଡ଼ିଶା ମେହେର (ଭୁଲିଆ) ଯୁବାମଞ୍ଚ ଗଠନ ହୋଇଛି । ଏନେଇ ସମାଜର ରାଜ୍ଯ ସଭାପତି ବରିଷ୍ଥ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଠାରେ ଅନୁଷ୍ଠିତ ସମାବେଶରେ ରାଜ୍ଯ କାର୍ଯ୍ଯକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର, ସାଧାରଣ ସଂପାଦକ ରମାକାନ୍ତ ମେହେର, ଅଫିସ ସଂପାଦକ ଶିବପ୍ରସାଦ ମେହେର, ଡୁଙ୍ଗୁରିପାଲି କେନ୍ଦ୍ର ବୋର୍ଡ ସଭାପତି ନବ କୁମାର ମେହେର, ଡୁଙ୍ଗୁରିପାଲି ବ୍ଲକ ସଭାପତି ରାଧେ ଶ୍ଯାମ ମେହେର ମଞ୍ଚାସିନ ଥିବା ବେଳେ ବିଭିନ୍ନ ଜିଲ୍ଲା ଓ କେନ୍ଦ୍ର ବୋର୍ଡ ରୁ ଉଭୟ ମୁଖ୍ଯ ସମାଜ ଏବଂ ଯୁବ ପ୍ରତିନିଧି ଯୋଗ ଦେଇଥିଲେ । ପ୍ରାରମ୍ଭରେ ମାଁ ସମଲେଶ୍ୱରୀ ଓ କବି ଗଙ୍ଗାଧରଙ୍କ ଫଟୋ ଚିତ୍ରରେ ମାଲ୍ଯାର୍ପଣ ପରେ ସଭା ଆରମ୍ଭ ହୋଇଥିଲା । ଏ ଅବସରରେ ନବଗଠିତ ରାଜ୍ଯ ଯୁବାମଞ୍ଚର ସଭାପତି ଭାବରେ ଶକ୍ତିପ୍ରସାଦ ମେହେର, ସାଧାରଣ ସଂପାଦକ ପ୍ରଶାନ୍ତ ମେହେର, କୋଷାଧ୍ଯକ୍ଷ ପ୍ରକାଶ ମେହେର, ସଂଯୋଜକ ରାକେଶ ମେହେର ଓ ଉପସଭାପତି ସୁରଜ ମେହେର, ଡ. ହେମନ୍ତ ମେହେର, ସରୋଜ ମେହେର, ସୁମନ ମେହେର, ସହଦେବ ମେହେର ଏବଂ ସଂପାଦକ ଭାବରେ ଧର୍ମେନ୍ଦ୍ର ମେହେର, ଜୟଶ୍ରୀ ମେହେର, ରାଜିବ ମେହେର, ସଞ୍ଜୟ  ମେହେର, ସଦାନନ୍ଦ ମେହେରଙ୍କୁ ମନୋନୀତ କରାଯାଇଛି । ସେହିଭଳି ରାଜ୍ଯ ଯୁବାମଞ୍ଚର ଉପଦେଷ୍ଟା ଭାବରେ ଅଶୋକ ମେହେର, ବୈଷ୍ଣବ ମେହେର, ଶୁକମୁନି ମେହେର ଓ ପ୍ରଫୁଲ୍ଲ ମେହେର ରହିଛନ୍ତି । ଯୁବ ଶକ୍ତିକୁ ପ୍ରାଧାନ୍ଯ ଦେଲେ ସେମାନଙ୍କ ମଧ୍ଯରେ ଜାଗରଣ ସୃଷ୍ଟି ହେବ ଓ ସମାଜର ବିକାଶ ଘଟିବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଛି । ଆଗାମୀ ନିକଟରେ ସମାଜ ସଂଗଠନର ଶହେ ବର୍ଷ ପୁର୍ତ୍ତି ଓ କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଊତ୍ସବ ଥିବା ବେଳେ ଏଥିରେ ଯୁବାମଞ୍ଚ ର ମହତ୍ୱପୂର୍ଣ୍ଣ ଭୂମିକାକୁ ନେଇ ଅଲୋଚନା କରଯାଇଥିଲା । ଡୁଙ୍ଗୁରିପାଲି ବ୍ଲକ ମେହେର ସମାଜ ଦ୍ବାରା ଅୟୋଜିତ ଏହି କାର୍ଯ୍ଯକ୍ରମର ପ୍ରାରମ୍ଭରେ ଘନଶ୍ଯାମ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଶେଷରେ ରାଜ୍ଯ ସଂପାଦକ ନବୀନ ଚନ୍ଦ୍ର ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।
Nalco

Leave A Reply