Odisha news

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର

0
ନୂଆପଡା- ୨୩/୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ  ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସ  ଓ  ଏସପି ଜିଆର ରାଘବେନ୍ଦ୍ର ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।  ଶିବିର ରେ ମୋଟ ୫୯ ଗୋଟି ଅଭିଯୋଗ ଆସିଥିବା ବେଳେ ୫୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୮ ଗୋଟି ଗୋଷ୍ଠୀଗତ ଶୁଣାଣି ହୋଇଥିଲା । ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ସୁନାରି ଶିକୁଆଁ ଗ୍ରାମର ଜଣେ ନାଗରିକ ଙ୍କ ଗୋଟିଏ କିଡନୀ କଢ଼ା ଯାଇଥିବା  ବେଳେ ତାଙ୍କ ପରିବାର ପ୍ରତିପୋଷଣ  ସମ୍ଭବ ନୁହେଁ ବୋଲି ଗୁହାରି କରିଥିଲେ ।  ଜିଲ୍ଲାପାଳ ସେହି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସହାୟ ପାଣ୍ଠିରୁ ତତ୍କାଳ  ୫ ହଜାର ଟଙ୍କା ଆର୍ଥିକ ସହାୟତା ଚେକ୍ ପ୍ରଦାନ କରିଛନ୍ତି। ଶିବିର ରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ଡି ଏଫ ଓ ଅଜିଜ ଖାଁ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଧରଣୀଧର ସେନାପତି, ଏସଡିପିଓ  ଅରୂପ ଅଭିକ୍ଷେକ୍  ବେହେରା,ଖଡିଆଳ ବିଡ଼ିଓ  ନରସିଂହ ଗଡବା, ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ ।
Nalco

Leave A Reply