Odisha news

ଆଗାମୀ ଦିନ ରେ ଏଫ.ସି. କ୍ରିଏଟର ଫିଟନେସ ସେଣ୍ଟର୍ ପକ୍ଷ ରୁ ବଡି ବିଲ୍ଡିଂ ପ୍ରତିଯୋଗିତା                          

0
ନୂଆପଡ଼ା – ୨୨/୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ସ୍ଥାନୀୟ ଏଫ୍.ସି. କ୍ରିଏଟର୍ ଫିଟନେସ ସେଣ୍ଟର, ନୂଆପଡ଼ା ପ୍ରାଙ୍ଗଣ ରେ କଳିଙ୍ଗ ବଡି ବିଲ୍ଡିଂ ଆସୋସିଏସନ୍ ର ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ,  ସନ୍ତୋଷ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପରୋକ୍ତ ବୈଠକ ରେ ବଡିବିଲ୍ଡିଁ କର୍ମକର୍ତ୍ତାଙ୍କ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ। ପ୍ରଥମେ ନୂଆପଡା ଜିଲ୍ଲାର ବିଶିଷ୍ଟ ରାଜ ନେତା ଓ କ୍ରୀଡ଼ା ପୃଷ୍ଠ ପୋଷକ  ଯଦୁମଣି ପାଣିଗ୍ରାହୀ ଙ୍କୁ  ନୂଆପଡା ଜିଲ୍ଲା ବଡ଼ି ବିଲଡିଂ ଆସୋସିଏସନ (କଳିଙ୍ଗ ବଡ଼ି ବିଲ୍ଦିଂ ଆସୋସିଏସନ୍ ସହବନ୍ଧିତ) ର ଜିଲ୍ଲା ଶାଖା ସଭାପତି ରୂପେ ସର୍ବ ସମ୍ମତି କ୍ରମେ ମନୋନୀତ କରଯାଇଥିଲା।
ଏହି ବୈଠକ ରେ  ବାଳକୃଷ୍ଣ ବାଗ ରାଜ୍ୟ ସଙ୍ଗଠନ ସମ୍ପାଦକ  ତନ୍ମୟ ପାଣିଗ୍ରାହୀ, ସଭାପତି, ବଲାଙ୍ଗୀର ଜିଲ୍ଲା ବଡ଼ି ବିଲଡିଙ୍ଗ ଏସୋସିଏସନ୍,  ସନ୍ତୋଷ ମହାନ୍ତି, ଉପ ସଭାପତି, ବଲାଙ୍ଗୀର ଜିଲ୍ଲା ବଡ଼ି ବିଲ୍ଡିଙ୍ଗ ଏସୋସିଏସନ୍, ସୌରଭ ସାହୁ ସମ୍ପାଦକ, ନୂଆପଡା ଜିଲ୍ଲା ବଡି ବିଲଡିଙ୍ଗ ଏସୋସିଏସନ୍, ଏବଂ  ଚିନ୍ମୟ ପାତ୍ର ଯୁଗ୍ମ ସମ୍ପାଦକ, ନୂଆପଡା ଜିଲ୍ଲା ବଡି ବିଲଡିଙ୍ଗ ଆସୋସିଏସନ୍ ଓ ଶତାଧିକ କର୍ମକର୍ତା  ସାମିଲ୍ ହୋଇଥିଲେ।
ଆଗମୀ ଦିନରେ ବଡି ବିଲଡିଙ୍ଗ ଓ ଫିଟନେସ ଚମ୍ପିଅନସିପ କଳିଙ୍ଗ ବଡି ବିଲଡ଼ିଂ ଆସୋସିଏସନ୍ ଆନୁକୁଲ୍ୟ ରେ  ନୂଆପଡା ଜିଲ୍ଲା ରେ ଅନୁଷ୍ଠିତ ହେବାକୁ ଯାଉଛି। ଉପରୋକ୍ତ ଅନୁଷ୍ଠାନ ର ନେତୃତ୍ଵ ନେଉଥିବା ସନ୍ତୋଷ ମହାନ୍ତି ଜଣେ ଅବସର ପ୍ରାପ୍ତ ବାୟୁ ସେନା ଅଧିକାରୀ ଥିଲେ ସେ ୨୦୦୮ ରେ ମିଷ୍ଟର ଇଣ୍ଡିଆ, ପାଞ୍ଚ ଥର ମିଷ୍ଟର୍ ଓଡ଼ିଶା, ଦୁଇ ଥର ମିଷ୍ଟର ପୁନେ ସମ୍ମାନ ରେ ସମ୍ମାନୀତ ହୋଇଥିବା ସୁଚନା ମିଳିଛି। ତାଙ୍କ ନେତୃତ୍ବରେ ଓ ପ୍ରେରଣା ରେ ଓଡ଼ିଶା ରେ ବଡି ବିଲଡିଙ୍ଗ କ୍ଷେତ୍ର  ର ପ୍ରଚାର ଓ ପ୍ରସାର ତଥା ବିଭିନ୍ନ ଚମ୍ପଅନସିପ କାର୍ଯ୍ୟକ୍ରମ ଆଗେଇ ଚାଲିଛି ବୋଲି ପ୍ରକାଶ କରିଥିଲେ। ଏହି ଅନୁଷ୍ଠାନ ଜାତୀୟ  ସ୍ତର ରେ ଇଣ୍ଡିଆନ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଫେଡେରେସନ (ଆଇ.ବି. ବି.ଏଫ୍.ଏଫ୍.) ସହିତ ସହବନ୍ଧିତ ଅଟେ ଏଵଂ  ଆଗମୀ ଦିନରେ ନୂଆପଡ଼ା ଜିଲ୍ଲା ରେ ବଡ଼ି ଵିଲ୍ଡିଂ କ୍ଷେତ୍ର ରେ ସଙ୍ଗଠନ ଓ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ  ଭରପୁର ପ୍ରୟାସ କରାଯିବ ବୋଲି ଜିଲ୍ଲା ସଭାପତି  ପାଣିଗ୍ରାହୀ ଦୃଢ଼ତା ର ସହ ପ୍ରକାଶ କରିଛନ୍ତି। ଶ୍ରୀ ପାଣଗ୍ରାହୀ ଙ୍କୁ ଜିଲ୍ଲା ସଭାପତି ଭାବରେ ମନୋନୀତ କରାଯାଇଥିବାରୁ କ୍ରୀଡାବିତ୍ ଓ ଯୁବ ଗୋଷ୍ଠୀ  ମହଲ ରେ ଆନନ୍ଦ ପ୍ରକାଶ ପାଇଛି।
Nalco

Leave A Reply