Odisha news

ଉଦନ୍ତୀ ମହୋତ୍ସବରେ କବିତା ଆସର

0
ନୂଆପଡ଼ା – ୧୬/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଅନୁଷ୍ଠିତ ହେଉଥିବା ଉଦନ୍ତୀ ମହୋତ୍ସବର ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ମହୋତ୍ସବ କମିଟିର କାର୍ଯ୍ଯକାରୀ ସଭାପତି ରବୀନ୍ଦ୍ର ନାଥ ଯୋଷୀ ସଭାପତିତ୍ବ କରିଥିବା ବେଳେ ଡାକ୍ତର ଅନୁରାଗ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ  ସମ୍ମାନିତ ଅତିଥି ଭାବରେ କମିଟିର ସଂପାଦକ ବୈଷ୍ଣବ ମେହେର, ଉପସଭାପତି ପ୍ରିୟ ରଞ୍ଜନ ମେହେର, ପ୍ରଦୀପ ଜୈନ, ଅଜିତ ଯୋଷୀ, ସହ ସଂପାଦକ ଆଲୋକ ମେହେର ପ୍ରମୁଖ ଯୋଗଦେଇ ଥିଲେ। ଆସର ପ୍ରାରମ୍ଭରେ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଯୁବକବି ବେଣୁଧର ମେହେର, କବୟିତ୍ରୀ ଛନ୍ଦାମୟୀ ମିଶ୍ରଙ୍କ ସଂଯୋଜନାରେ  ଚିନ୍ତାମଣି ସାହୁ, ମୁରଲୀଧର ସା, ବୈଷ୍ଣବ ମେହେର, ବିଜୟ କୁମାର ଯୋଷୀ, ଶିବପ୍ରସାଦ ମେହେର,  ଭ୍ରମରବର ବାଗ, ରଶ୍ମିରଂଜନ ସl , ନିଲାଞ୍ଚଳ ମେହେର , ଅଞ୍ଜନ କୁମାର ପ୍ରଧାନ, ଅର୍ଜୁନ ନାଏକ, ଅର୍ଜୁନ ନାଗ, ଯଶୋବନ୍ତ ସl, ଗୌତମ ମେହେର, ଲୋଚନ ମେହେର, ହରେକୄଷ୍ଣ ମେହେର, ରିଖିରାମ ମେହେର, ବେଣୁଧର ମେହେର, ରୁବି ନାୟକ, ସଂଯୁକ୍ତା ମିଶ୍ର, ପ୍ରକାଶ ରଞ୍ଜନ ହୋତା, ନିଲାଞ୍ଚଳ ମେହେର, ପ୍ରଦ୍ଯୁମ୍ନ ଚିନ୍ଦା, ନରସିଂହ ମେହେର ପ୍ରମୁଖ କବିକବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ସିମାଞ୍ଚଳ ମେହେର, ମଣ୍ଟୁ ମେହେର ସହଯୋଗ କରିଥିବା ବେଳେ ଶେଷରେ ପ୍ରଭାତ କୁମାର ମେହେର ଧନ୍ଯବାଦ ଦେଇଥିଲେ ।
Nalco

Leave A Reply