ନୂଆପଡ଼ା – ୧୫/୦୨- ସକାଳ ଖବ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ରଜତ ଜୟନ୍ତୀ ଉତ୍ସବର ଦ୍ୱିତୀୟ ସାଂସ୍କୃତିକ ସଭାରେ ବିଦ୍ଯାଳୟର ପ୍ରତିଷ୍ଠାତା ତୁଳସୀରାମ ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ମୁଖ୍ଯବକ୍ତା ଭାବରେ ସୁସାହିତ୍ଯିକ ସତ୍ଯନାରାୟଣ ମୁଣ୍ତଛିନା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ଯକ୍ଷା ମୀନା ଘିଭେଲା, ସମିତି ସଦସ୍ଯ ମନୀଷ କୁମାର ପଟେଲ ଉପସ୍ଥିତ ଥିଲେ । ଏହି ଅବସରରେ ଉତ୍ତମ ଶିକ୍ଷା ଦ୍ବାରା ହିଁ ଊତ୍ତମ ସମାଜ ଗଠନ କରାଯାଇପାରିବ ଏବଂ ଏହି ମର୍ମରେ ଶିଶୁମନ୍ଦିର ସମାଜରେ ନିଜର ଅତୁଳନୀୟ ଭୂମୀକା ନିର୍ବାହ କରୁଥିବା ସାମୁହିକ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ଗୌତମ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ଭଉଣୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମଞ୍ଚାସିନ ବିଦ୍ଯାଳୟ ସମିତିର ସଂପାଦକ ବୈଷ୍ଣବ ମେହେର ବିବରଣୀ ପଠନ କରି ବିଦ୍ଯାଳୟ ପ୍ରତି ସମସ୍ତଙ୍କ ଶୁଭଦୃଷ୍ଟି କାମନା କରିଥିଲେ । ମଞ୍ଚରେ ପୂର୍ବତନ ଆଚାର୍ଯ୍ଯଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ଅଞ୍ଚଳର ବିଶିଷ୍ଟ ବ୍ଯକ୍ତି ପୁଣ୍ତରିକାକ୍ଷ ପାଣିଗ୍ରାହୀ, ବୈଶମ୍ପାୟନ ମେହେର, ଡମ୍ବରୁଧର ମେହେର, ଡାକ୍ତର ଜଳନ୍ଧର ମେହେର, ଡାକ୍ତର ହେମାଙ୍ଗିନୀ ମେହେର, ହାରାଦେଇ ମାଝୀ, ସ୍ୱର୍ଗତ ନରେଶ କାଛିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସମ୍ୱର୍ଦ୍ଧନା ପର୍ବକୁ ରମେଶ କୁମାର ହଂସ ଓ ଲଳିତ କୁମାର ସୁନାରୀ ପରିଚାଳନା କରିଥିଲେ । ସଂଯୁକ୍ତା ମେହେର ମାନପତ୍ର ପଠନ କରିଥିଲେ । ଅନୁସୂୟା ମୁଣ୍ତ ଏକକ କଣ୍ଠ ସଂଗୀତଗାନ କରିଥିଲେ । ଏ ଅବସରରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ବିଷ୍ଣୁ ଶରଣ ହୋତା ପରିଚାଳନା କରିଥିଲେ । ଶେଷରେ ନବୀନ ଚନ୍ଦ୍ର ମେହେର ଧନ୍ଯବାଦ ଦେଇଥିଲେ ଓ ମିନାକ୍ଷୀ ମଞ୍ଜରୀ ପାଢ଼ୀ ବନ୍ଦେ ମାତରମ୍ ଗାନ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନ ଓ ପୁରାତନ ଗୁରୁଜୀଗୁରୁମା, ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଦର୍ଶକ ଓ ଶୁଭେଚ୍ଛୁଙ୍କ ସମାଗମ ହୋଇଥିଲା ।