ନୂଆପଡା- ୧୬/୧ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥାନୀୟ ଜଳସେଚନ ଡାକବଙ୍ଗଳା ପ୍ରାଙ୍ଗଣରେ ନୂଆପଡା ଜଳସେଚନ ପ୍ରଭାଗ ତରଫରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ନୂଆପଡା ଜଳ ସେଚନ ପ୍ରଭାଗ ର ଅଧିକ୍ଷଣ ଯନ୍ତ୍ରୀ ଉଜ୍ବଲ ଜାନୀଙ୍କର ନେତୃତ୍ୱରେ ଆୟୋଜିତ ଏହି ପକ୍ଷପାଳନ ଅବସରରେ ନୂଆପଡା ଉପ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଏତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ମୁଣ୍ଡା, ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷ ରାମଲାଲ ହଂସ, ଜିଲ୍ଲା ପରିଷଦ ସଦଶ୍ୟ ଅବନୀ ଯୋଶୀ ଓ ଭରତ ଲାଲ ରାଉତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଚାଷୀ ଭାଇ ମାନଙ୍କୁ ଉତ୍ସାହିତ କରିଥିଲେ। ପାଣିର ସୁଷମ ବଣ୍ଟନ କରି ଚାଷ ଜମି କୁ କିପରି ଅଧିକ ଉପାର୍ଜନ କ୍ଷମ କରି ନିଜକୁ କିପରି ଅଧିକରୁ ଅଧିକ ଚାଷଅମଳ କରି ସୁଦୃଢ କରି ପାରିବେ ଏନେଇ ଅତିଥିଗଣ ନିଜର ମତବ୍ୟକ୍ତ କରିଥିଲେ। କୋମନା ବ୍ଲକ ଗନିହାରି ଗ୍ରାମରୁ ଆସିଥିବା କୁନି କୁନି କଳାକାରମାନେ ନିଜ ନିଜ ସୁନ୍ଦର ପାରମ୍ପରିକ ନୃତ୍ୟ ପରିବେଷଣ କରି ମନ୍ଲୋଭା ନୃତ୍ୟ ପରିବେଷଣ କରିଥିଲେ। ସୀମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଲୋକନାଥ ରଥ, ତରୁଣ ନାୟକ, ସୋମ୍ୟ ରଞ୍ଜନ ନାଏକ, ଉଇଲିସନ କେରକେଟା, ବିଘନେଶ୍ୱର ପ୍ରଧାନ, ସୌରଭ ରଞ୍ଜନ ପ୍ରଧାନ, ଜନାର୍ଦନ ନାଏକ ପ୍ରମୁଖ ସହଯୋଗ କରିଥିଲେ।