Odisha news

ଅଭ୍ୟୁଦୟ ବିଦ୍ୟା ନିକେତନର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ  

0
ନୂଆପଡ଼ା – ୨୧/୧୨  ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ଜିଲ୍ଲା ସଦର ମହକୁମା ମହୁଆଭଟା ସ୍ଥିତ ଅଭ୍ୟୁଦୟ ବିଦ୍ୟା ନିକେତନ ରେ  ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟର ଟ୍ରଷ୍ଟି  ସୁଶାନ୍ତ କୁମାର ଯୋଶୀ ତଥା ବିଦ୍ୟାଳୟର ସେକ୍ରେଟାରୀ ପ୍ରଣବ କୁମାର ଶତପଥୀଙ୍କ କର କମଳରେ  ଉଦଘାଟିତ ହୋଇଯାଇଛି । ପ୍ରିନ୍ସିପାଲ୍  ନିତୁଶ୍ରୀ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ  ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଶତପଥି, ଶ୍ରୀମତୀ ବିଜୟଲକ୍ଷ୍ମୀ ଶତପଥୀ, ଶ୍ରୀମତୀ ଅନୁଜା ମହାଉତି, ଅନୁଷ୍ଠାନର  ଡାଇରେକ୍ଟର  ଶୈଳେନ୍ଦ୍ର ଶତପଥୀ  ତଥା ସମସ୍ତ ଶିକ୍ଷୟତ୍ରୀ ଓ ପିତା ମାତା ଉପସ୍ଥିତ  ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵି ଦିବସୀୟ ଏହି କ୍ରୀଡା ଉତ୍ସବର ପ୍ରଥମ ଦିବସରେ  ସୁଶାନ୍ତ କୁମାର ଯୋଶୀ  ପ୍ରଦୀପ ପ୍ରଜ୍ୱଳନ କରି ନିଜ ଉଦବୋଧନରେ ପିଲାଙ୍କୁ ସଫଳତାର ମନ୍ତ୍ର ଦେଇ ପ୍ରତିଯୋଗୀ ମନୋଭାବର ଉର୍ଦ୍ଧ୍ବରେ ପ୍ରତିଭାଗୀ ଭାବନା ସହ ଜୀବନ ରୂପକ ଖେଳର ଆନନ୍ଦ ନେବାକୁ କହିଥିଲେ । ପ୍ରଣବ କୁମାର ଶତପଥୀ ପିଲାଙ୍କୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଜଣାଇ କ୍ରୀଡା ଉତ୍ସବ ପ୍ରାରମ୍ଭର ଉଦଘୋସ କରିଥିଲେ । ଏହା  ପରେ ଛାତ୍ର ଛାତ୍ରୀଙ୍କ ସମୁହ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ସମସ୍ତଙ୍କ ମନମୋହି ଥିଲା । ବିଭିନ୍ନ ପ୍ରତିଯୋଗିତାରେ ପିଲାମାନେ  ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ।
Nalco

Leave A Reply