Odisha news

ଶିଶୁ ବିଦ୍ୟାମନ୍ଦିର ର ୨୭ତମ ବାର୍ଷିକ କ୍ରୀଡ଼ା ।

0

ନୂଆପଡ଼ା -୨୬/୧୧- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିରର ୨୭ତମ ବାର୍ଷିକ କ୍ରୀଡ଼ା ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ରବିନ୍ଦ୍ରନାଥ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଏବିଇଓ ପ୍ରଭାତ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବରେ ସଂକୁଳ ପ୍ରମୁଖ ତୁଳସୀରାମ ମେହେର, ସିନାପାଲି ହାଇସ୍କୁଲ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ, କମିଟି ସଂପାଦକ ବାମଦେବ ଦାସ, କୋଷାଧ୍ଯକ୍ଷ ବୈଷ୍ଣବ ମେହେର, ଶାରୀରିକ ପ୍ରମୁଖ ରୋହିତାଶ୍ୱ ନାୟକ, ସହ ପ୍ରଧାନଆଚାର୍ଯ୍ଯ ସ୍ବପ୍ନ କୁମାର କାଣ୍ତ, ଆଚାର୍ଯ୍ଯ ପ୍ରତିନିଧି ହୃଦାନନ୍ଦ ମେହେର ମଞ୍ଚାସିନ ଥିଲେ । ପ୍ରଧାନଆଚାର୍ଯ୍ଯ ରମେଶ କୁମାର ହଂସ ଅତିଥି ପରିଚୟ ପ୍ରଦାନ ସହ କ୍ରୀଡ଼ାର ଉଦ୍ଦେଶ୍ଯ ଜଣାଇଥିଲେ   ଆଚାର୍ଯ୍ଯା ମିନାକ୍ଷୀ ପାଢ଼ି  ମଞ୍ଚ ସଂଚାଳନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ନନ୍ଦ କୁମାର ପାତ୍ର, ସଞ୍ଜୟ ବେହେରା, ଗୌତମ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରାୟ ୬୦୦ ଭାଇଭଉଣୀ ଭାଗ ନେଇଥିଲେ l  ସକାଳୁ ସ୍ଥାନୀୟ ହନୁମାନ ମନ୍ଦିରରୁ ମଶାଲ ଆଣି ପଡ଼ିଆରେ ସ୍ଥାପନ କରାଗଲା ପରେ ବିଧି ଅନୁଯାୟୀ ବାର୍ଷିକ କ୍ରୀଡ଼ାର ଶୁଭାରମ୍ଭ ହୋଇଥିଲା l କ୍ରୀଡ଼ା ଆୟୋଜନରେ ବିଦ୍ଯାଳୟର ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା, ସେବକ ସେବିକା ଓ ପରିଚାଳନା କମିଟି ସଦସ୍ଯ ସହଯୋଗ କରିଥିଲେ ।

Nalco

Leave A Reply