Odisha news

ପୁଣି ବାଘ ଆତଙ୍କ : ମହିଳାକୁ ଆଜି ଝାମ୍ପି ନେଇ ଶିକାର କରିଥିବା ବେଳେ ସଂଧ୍ୟା ରେ ପୁଣି 

0
ନୂଆପଡା-୪/୧୧  :  ଏକ ବାଳକ କୁ ଚିତାବାଘ ଆକ୍ରମଣର ଘଟଣା ର ଦୁଇ ଦିନ ନବିତୁଣୁ ବାଘ ଆକ୍ରମଣ ରେ ପୁଣି ଏକ ମହିଳାଙ୍କ ମୃତ୍ୟ ହୋଇଥିବା ଆତଙ୍କ ଖେଳାଇ ଦେଇଛି।  ଚଳିତ ୨ ଅଗଷ୍ଟ ୨୦୨୩ ଦିନ  ଦୁଇ ତାରିଖ ରୁ  ଧରମବନ୍ଧା ଥାନା ଅନ୍ତର୍ଗତ କଟିଙ୍ଗପାଣି ଗ୍ରାମ ରେ  ବାଘ ଦେଖିବାକୁ ମିଳିଥିଲା ପରେ ଉକ୍ତ ଗ୍ରାମର ଏକ ୭ବର୍ଷର ବାଳକଙ୍କୁ ଘର ପାଖରୁ ଖେଳୁ ଥିବା ଅବସ୍ଥା ରେ ଝାମ୍ପିନେଇ ଶିକାର କରିଥିଲା ଓ ସେହି ଦିନ ରାତି ରେ ଅର୍ଜୁନ ଧରୁଆ ଙ୍କ ଗାଈ କୁ ଖାଇଗଲା, ବିଭିନ୍ନ ଗଣମାଧ୍ୟମ ରେ ଉପରୋକ୍ତ ଖବର ପ୍ରକାଶିତ ହେବାପରେ ବନବିଭାଗ ର ଚେତା ପଶିଥିଲା। ଉକ୍ତ ଅଞ୍ଚଳରେ  ରେ ବନ୍ୟଜନ୍ତୁ ବିଭାଗ ପକ୍ଷରୁ  ଟ୍ରାଫ କ୍ୟାମରା ଲଗାଇବା ସହ ଗାଁ ରେ  ବନକର୍ମଚାରୀ  ମାନେ   ସୁରକ୍ଷାଦେଉଥିଲେ ହେଁ  ଆଜି  ପ୍ରାୟ ୨ଟା ସମୟ ରେ ସିରିଆଲିବାହାରା ଗାଁ  ର ମହିଳା  ରାମେଶ୍ରୀ ମାଝୀ (୪୫) ଶୌଚ କରିବାକୁ  ଯାଇଥିବା ବେଳେ ମଣିଷ ଖିଆ ବାଘ ମହିଳା ଙ୍କୁ ଟାଣି ନେଇ ସ୍ଥାନୀୟ ଜଙ୍ଗଲ ରେ ମହିଳା ର ମରଶରୀର କୁ ବାଘ ଖାଉଥିବା ର ଦୃଶ୍ୟ  ଗାଁ ର ଲୋକେ ଆଜି ଦେଖିବାକୁ ପାଇଥିଲେ ଗତକାଲି ରୁ ମହିଳା ଙ୍କ ନିଖୋଜ ଥିବାରୁ  ସମ୍ପର୍କୀୟ ମାନେ ଖୋଜାଖୋଜି କରିଥିଲେ ପରେ  ନିଖୋଜ ମହିଳା ଙ୍କ ଶରୀର କୁ  ମଣିଷଖିଆ ବାଘ  ଟି ଖଣ୍ଡବିଖଣ୍ଡ କରି ଖାଇଥିଲା ପରେ ଗାଁ ବାସି ଉକ୍ତ ଜଙ୍ଗଲ ରେ ରୁଣ୍ଡ ହୋଇଥିଲେ ପରେ ଅପରାହ୍ନ ସମୟ ରେ ବାଘ ଟି ଜଙ୍ଗଲ କୁ ଚାଲି ଯାଇଥିଲା ବୋଲି ଗ୍ରାମ ବାସି ସୂଚନା ଦେଇଛନ୍ତି ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରେ ବନ ବିଭାଗ ର  କର୍ମଚାରୀ  ମାନେ ପହଞ୍ଚିଥିବା ସୂଚନା ପ୍ରାପ୍ତ ହୋଇଛି । ବନ୍ୟଜନ୍ତୁ ବିହାଗ ଉପରୋକ୍ତ ଘଟଣା ପରେ ତତ୍ପରତା ପ୍ରକାଶ କରି ମଣିଷ ଖିଆ ଚିତା ବାଘକୁ ଧରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରି ଛନ୍ତି । ଖବର ଲେଖା ହେବା ଯାଏଁ ବାଘ ଟି ଏକ ଘରେ ପଶି ଥିବା ସୂଚନା ମିଳିଛି।
Nalco

Leave A Reply