Odisha news

ହାତୀବନ୍ଧାରେ ୪୮ତମ କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା :  ପାରମ୍ପରିକ ନୃତ୍ଯକଳାକୁ ପ୍ରାଧାନ୍ଯ 

0
ନୂଆପଡ଼ା- ୨୭/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରି) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଠାରେ ଚଳିତ ବର୍ଷ ୪୮ତମ କୁମାରୋତ୍ସବ ଗଜଲକ୍ଷ୍ମୀ ପୂଜା ସ୍ଥାନୀୟ ମେହେର ସମାଜ ତରଫରୁ ଆୟୋଜିତ ହେଉଛି । ଏନେଇ ପୂଜା କମିଟୀ ତରଫରୁ ପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ପୂଜାକୁ ନେଇ ପୁରା ଅଂଚଳ ଉତ୍ସବମୂଖର ହୋଇଉଠିଛି । ଏ ଅବସରରେ ଗୁରୁବାର ଭବ୍ଯ କଳସ ଶୋଭାଯାତ୍ରା ମାଧ୍ଯମରେ ଅଭିମଂତ୍ରିତ ଜଳ ଆଣି ମଣ୍ତପରେ ସ୍ଥାପନ କରାଗଲା ପରେ ଅଧିବାସ କାର୍ଯ୍ଯ ଅନୁଷ୍ଠିତ ହୋଇ ପୂଜା ଆରମ୍ଭ ହୋଇଥିଲା ।  ଆକର୍ଷଣୀୟ ମୂର୍ତ୍ତି ଓ ତୋରଣ ନିର୍ମାଣ ସହ ଲାଇଟ ସାଜସଜ୍ଜାକୁ କମିଟୀ ଗୁରୁତ୍ୱ ଦେଇଛି । ବିଶେଷ ଭାବରେ ସାଂସ୍କୃତିକ କାର୍ଯ୍ଯକ୍ରମରେ ପାରମ୍ପରିକ ପୌରାଣିକ ଓ କାଳ୍ପନିକ କଥାବସ୍ତୁ ଆଧାରିତ ନାଟ୍ଯକଳାକୁ ପ୍ରାଧାନ୍ଯ ଦିଆଯାଇଥିବା ଦେଖିବାକୁ ମିଳିଛି । ପୂଜାର ବିଭିନ୍ନ ଦିବସର ସଂଧ୍ଯା ଓ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ଯକ୍ରମରେ ଘଣ୍ଟଦଳ, ଭଜନ ସଂଧ୍ଯା, କୃଷ୍ଣଗୁରୁ ପାର୍ଟି, ପୌରାଣିକ ଓ କାଳ୍ପନିକ ନାଟକ, ଦଣ୍ତନୃତ୍ଯ ଆଦି ପାରମ୍ପରିକ ନୃତ୍ଯକଳା  ପରିବେଷଣ କରାଯାଉଥିବା ଆୟୋଜକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ପୂଜାକମିଟୀର ସଭାପତି ଭାବରେ ଧବଳେଶ୍ୱର ମେହେର, ଉପସଭାପତି ମୃତ୍ଯୁଞ୍ଜୟ ମେହେର ଓ ମୁରଳୀଧର ମେହେର, ସଂପାଦକ  ଡୋଳାମଣି ମେହେର, ସହସଂପାଦକ ଗୋବର୍ଦ୍ଧନ ମେହେର ଓ କେଶବ ମେହେର ଓ କୋଷାଧ୍ଯକ୍ଷ କନ୍ଦର୍ପ ମେହେର, ଚୋଡ଼ଗଙ୍ଗ ମେହେର ଓ ରମେଶ ମେହେର ରହିଥିବା ବେଳେ ସଂଯୋଜକ ଭାବରେ ଡୋଳାମଣି ମେହେର, ପ୍ରମୋଦ ମେହେର, ଜନ୍ମେଜୟ ମେହେର ଦାୟିତ୍ୱ ନେଇଛନ୍ତି । ଧବଳେଶ୍ୱର ମେହେର ଓ କୁସୁମାଞ୍ଜଳୀ ମେହେର କର୍ତ୍ତା ରହିଥିବା ବେଳେ ପିତାମ୍ୱର ପଣ୍ତା ପୁଜକ ଦାୟିତ୍ୱ ନିର୍ବାହ କରୁଛନ୍ତି । ସ୍ଥାନୀୟ ଶିଳ୍ପୀ ଗୁରୁବାରୁ ମେହେର ଓ ସାଥି ଭବ୍ଯ ପୂଜାମଣ୍ତପ ନିର୍ମାଣ କରିଛନ୍ତି ।  ଏହି ପୂଜାନୋତ୍ସବ ଆସନ୍ତା ୩୧ ତାରିଖ ଯାଏଁ  ଅନୁଷ୍ଠିତ ହେବାକୁ ଥିବା ବେଳେ ସଂଧ୍ଯାରୁ ବିଳମ୍ବିତ ରାତି ଯାଏଁ ପୂଜା ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।
Har Ghar Tiranga

Leave A Reply