Odisha news

ତୃତୀୟ ଶ୍ରେଣୀ ଛାତ୍ର ମୃତ୍ୟୁ କୁ ନେଇ ଉତେଜନା

0
ନୂଆପଡା- ୨୧/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଅପଗ୍ରେଡ଼ ହାଇସ୍କୁଲ ର ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଛି |ଆଜି ବୁଢାପରା ଗ୍ରାମର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ଆଜି ବିଦ୍ୟାଳୟକୁ ପଢି ଯାଇଥିଲେ । ମଧ୍ୟାହ୍ନ ଖାଇ ଛୁଟି ପରେ  ସେ କିଛି  ଛାତ୍ର ଙ୍କ ସହ  ନିକଟସ୍ଥ ଏକ ନାଳ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ |ସହପାଠୀ ମାନେ ଶିକ୍ଷକ ମାନଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ପିଲା ମାନଙ୍କୁ ନେଇ ନାଳକୁ ଯାଇଥିଲେ ଓ ନିଜେ ଉଦ୍ଧାର ନକରି ପିଲା ମାନଙ୍କୁ ଶବ ଉଦ୍ଧାର ପାଇଁ ନିୟୋଜିତ କରିଥିଲେ l ଖବର ପାଇ ପରିବାର ଲୋକେ କେଶବଙ୍କୁ ଖଡ଼ିଆଳ ଡାକ୍ତର ଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ |ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ୟକ୍ତ ହୋଇ ସ୍କୁଲ ଘେରାଉ ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ସହକର୍ମୀ ଙ୍କୁ ତାଲା ବନ୍ଦ କରିବା ସହ  ଖଡ଼ିଆଳ ବୋଡେ଼ନ ରାସ୍ତା ଅବରୋଧ କରିଥିଲେ। ଶିକ୍ଷକ ମାନଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ କରିବା ସହ  ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ  ଶିକ୍ଷକ ନିଜେ ଉଦ୍ଧାର କରିଥିଲେ କେଶବ ବଞ୍ଚି ଯାଇଥାନ୍ତା କିନ୍ତୁ ସେ ବ୍ରିଜ ଉପରେ ରହି ଅନ୍ୟ ଛାତ୍ର ମାନଙ୍କୁ ପାଣିରେ ପଶି ଉଦ୍ଧାର ପାଇଁ ନିୟୋଜିତ କରିଥିଲେ | ଘଟଣା ସ୍ଥଳରେ ବୋଡେ଼ନ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ପାରି ନାହିଁ । ଖବର ଲେଖା ହେବା ଯାଏଁ ବର୍ତ୍ତମାନ ପର୍ୟ୍ୟନ୍ତ ବୋଡେ଼ନ ତହସିଲଦାର ରାଜେଶ କୁମାର ମେହେର ପୀଡିତ ପରିବାର ଓ ଆନ୍ଦୋଳନକାରି ଜନସାଧାରଣଙ୍କ ସହ ଆଲୋଚନାରତ ଅଛନ୍ତି |
Nalco

Leave A Reply