Odisha news

ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ଗରିବ ସେନା ସହ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ ।

0
ନୂଆପଡା -୨୧/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଫସଲ ବୀମା ରାଶି ପ୍ରଦାନ ଦାବି ନେଇ ବାଞ୍ଜିବାହାଲ ଗ୍ରାମ ନିକଟସ୍ଥ  ଜାତୀୟ ରାଜପଥ ନମ୍ୱର୍ ୩୫୩ କୁ ଗରିବ ସେନା ଓ ଚାଷୀଙ୍କପକ୍ଷ ରୁ ଅବରୋଧ କରାଯାଇଥିଲା, ପ୍ରଶାସନ ର ନିର୍ଭର ପ୍ରତିଶ୍ରୁତି ପରେ ରାସ୍ତା ରୋକ୍ ରୁ ଆନ୍ଦୋଳନ କାରୀ ବିରତି ନେଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲସିପାଣୀ ଗ୍ରାମର ଚାଷୀ ୨୦୨୧ ବୀମା ପ୍ରିମିୟମ ପ୍ରଦାନ କରିଥିବା ବେଳେ ବୀମା ରାଶୀ ଏବେ ଯାଏଁ ମିଳି ପାରିନାହିଁ।   ବୀମା ରାଶି ପ୍ରଦାନ ନେଇ ଗରିବ ସେନା ପକ୍ଷ ରୁ ବାରମ୍ବାର  ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଥିଲେ ସତ୍ୱେ  ସମସ୍ୟା ର କୌଣସି ସମାଧାନ ହୋଇ ନଥିବା ବେଳେ ଆଜି  ଗରିବସେନା ର ଅଧ୍ୟକ୍ଷ ରବି ମଙ୍ଗରାଜ ନେତୃତ୍ୱ ରେ ବାଞ୍ଜିବାହାଲ ନିକଟ   ୩୫୩ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରଯାଇଥିଲା। ରାସ୍ତା ଅବରୋଧ ର  ଏକ ଘଣ୍ଟା କାଳପରେ କୃଷି ଅଧିକାରୀ ହିମାଂଶୁ ମହାପାତ୍ର, ତହସିଲଦାର୍ କୋମନା, ଏସ୍.ଡି.ପି.ଓ ନୂଆପଡା ଓ କୋମନା ଥାନା ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ୧୫ ଦିନର ସମୟ ମାଗିବା ସହ ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ଯାହୃତ ହେଇଥିଲା । ଉପରୋକ୍ତ ଆନ୍ଦୋଳନ  ରବି ମଂଗରାଜଙ୍କ ନେତୃତରେ ଗଦାଧର ମାଝୀ, ଭୋଜରାମ ବଗର୍ତି, ଗଙ୍ଗୁ ରାମ ସୁନାନି, ଦୟା ସୁନାନି, ଗୋକୁଳ ଶବର, ଜଗନ୍ନାଥ ଶବର, ତରୁଣ ତାଣ୍ଡି, ବଳଦେବ ଦୁରିଆ, ସଭାପତି ଶବର, ଆନନ୍ଦ ଶବର, ଚନ୍ଦ୍ର ଶେଖର ମଲ୍ଲିକ, ଜୟରାମ ଶବର, ଜୟରାମ ଧରୁଆ, ପ୍ରେମ ଭୋଇ, ବିଶ୍ରାମ ଅହିର, ଭାସ୍କର ତାଣ୍ଡି, ଇନ୍ଦ୍ର ଭୋଇ, କ୍ଷୀରମଣି ମେହେର, ସାରଳା ହଂସ, ସଂଯୁକ୍ତା ଶବର, ପ୍ରସନ୍ନ ସୁନାନି, ଯୁଧିଷ୍ଠିର ଜଗତ, ଦିଗାମ୍ବର ସୁନାନି,ମୋହନ ସୁନାନି, ପର୍ଶୁ ଶବର ଓ ହୋସରାମ ଶବର ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।
Nalco

Leave A Reply