Odisha news

ଭାଜପା ନୂଆପଡ଼ା ର ଦୁର୍ନୀତି ବିରୋଧ ରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ପାଇଁ ସଜବାଜ।

0
ନୂଆପଡା- ୨୦/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଭାରତୀୟ ଜନତା ପାର୍ଟି,ନୂଆପଡା ନିର୍ବାଚନ ମଣ୍ଡଳୀ ର ଏକ ଜରୁରୀ ବୈଠକ ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ,ଅନ୍ୟତମ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ  ହୋମ ସିଂହ ମାଝୀ ଙ୍କ ସଭାପତିତ୍ୱରେ ପାର୍ଟି ନୂତନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।  ଚଳିତ ମାସ ୨୧ ଅଗଷ୍ଟ ରୁ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଭୋଟର ସଚେତନ ମହାଭିଜାନ ଓ ସମାନ୍ତରାଳ ଭାବରେ ସେହି ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ କୁ ଘେରାଓ କରି ଦାବିପତ୍ର ପ୍ରଦାନ ପାଇଁ ବ୍ୟାପକ କାର୍ୟଖସଡା ପ୍ରସ୍ତୁତ କରାଯାଇଛି।ଏଥିପାଇଁ ଜିଲ୍ଲା ସ୍ତରରେ ଏକ ପାଞ୍ଚ ଜଣିଆ ଟିମ ଓ ବିଧାନସଭା ମଣ୍ଡଳୀ ସ୍ତର ରେ ଏକ ତିନି ଜଣିଆ ଟିମ ପ୍ରସ୍ତୁତ କରାଯାଇଛି।ଭୋଟର ସଚେତନତା ମହା ଅଭିଯାନ ରେ ଭୋଟର ତାଲିକା ର ସତ୍ୟାସତ୍ୟ ଯାଞ୍ଚ, ନୂତନ ଯୁବ ଭୋଟର କୁ ଯୋଗ କରିବା, ଜାଲ ଓ ମୃତ ଭୋଟର ଙ୍କୁ ବାଦ ଦେବା,ଭୋଟର ତାଲିକାରେ ଭୁଲ ଥିଲେ ସଂଶୋଧନ କରାଯିବା ପାଇଁ ଗାଁ ଗାଁ ରେ ପ୍ରତ୍ୟେକ ବୁଥ ରେ ବୁଥ କମିଟି ଓ ଜିଲ୍ଲାର ସମସ୍ତ ଶକ୍ତି କେନ୍ଦ୍ର,ମଣ୍ଡଳ ସ୍ତର ତଥା ଜିଲ୍ଲା ସ୍ତର ର କାର୍ଯ୍ୟକର୍ତ୍ତା ମାନଙ୍କୁ ସକ୍ରିୟ କରି ଓ ଦାୟିତ୍ୱ ପ୍ରଦାନ କରି ସୁଚାରୁ ରୁପେ ନିରପେକ୍ଷ ନିର୍ବାଚନ ପାଇଁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ରେ ପ୍ରଶାସନ କୁ ସାହାଯ୍ୟ କରାଯିବ। ଯୁବମୋର୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଯୁବ ଭୋଟର ମାନ ଙ୍କୁ ଭୋଟର ତାଲିକାରେ ସାମିଲ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ। ବିଭିନ୍ନ ମହାବିଦ୍ୟାଳୟ ରେ ଯୁବମୋର୍ଚା କାର୍ଯ୍ୟକର୍ତ୍ତା ମାନେ ନୂତନ ଭୋଟର ତାଲିକାରେ ଯୋଗ ପାଇଁ ସହାୟକ କେନ୍ଦ୍ର ଖୋଲି ଯୁବକ ମାନଙ୍କୁ ସହଯଯୋଗ କରିବେ। ଠିକ ସେହିପରି  ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ପ୍ରତ୍ୟେକ ପଞ୍ଚାୟତ ରେ ଜୋରଦାର ଢଙ୍ଗରେ ଆରମ୍ଭ କରାଯିବ।ଆବାସ ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରିବା,ଲାଞ୍ଚ କାରବାର ଏବଂ ସରକାରୀ ଦଳ ର ଚାପରେ ଆବାସ ତାଲିକାରେ ସାମିଲ କରିଥିବା ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାତିଲ କରିବା,ଭତ୍ତା ଦୁର୍ନୀତି,ମନରେଗା ଦୁର୍ନୀତି, ସାର କଳା ବଜାରି, ଚାଉଳ ବଣ୍ଟନ ଦୁର୍ନୀତି, ଧାନ ମଣ୍ଡିରେ ଦୁର୍ନୀତି, ପଞ୍ଚାୟତ କୁ ଦିଆ ଯାଇଥିବା ପଚାଶ ଲକ୍ଷ ଟଙ୍କା କୁ ବିନା ଗ୍ରାମସଭା ଓ ପଲ୍ଲିସଭାରେ ଲୋକଙ୍କ ଇଛା ବିରୁଦ୍ଧରେ ବିଜେଡି ଠିକାଦାର ପାଳିବା ପାଇଁ ଷଡ଼ଯନ୍ତ୍ର ବିରୁଦ୍ଧରେ ତୀବ୍ର ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ।  ଆଜିର ବୈଠକରେ ଯୁବମୋର୍ଚା ଜିଲ୍ଳା ସଭାପତି ଅଭିନନ୍ଦନ ପଣ୍ଡା,ବରିଷ୍ଠ ନେତା ଚତୁର୍ଭୁଜ ଶର୍ମା,ଜନ ଜାତି ମୋର୍ଚ୍ଚା ସଭାପତି ଦୃଷ୍ଟି ମାଝୀ,ଚନ୍ଦନ ଠାକୁର,ଭଗତ ସିଂ,ସଦାନନ୍ଦ ଯୋଶୀ, ଲାଲା ରାମ ସାହୁ,କୁଞ୍ଜବିହାରି ପଟେଲ,ଭରତ ରାଉତ,ଯୋଗେନ୍ଦ୍ର କରୁଆ,ସରୋଜ ମଲ୍ଲିକ,ଚନ୍ଦ୍ରମଣି ପ୍ରଧାନ,ରମେଶ ସାହୁ, ରିଖି ରାମ ସତନାମୀ ଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଦୃଷ୍ଟି ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Nalco

Leave A Reply