ନୂଆପଡା ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ କୋମନା ବ୍ଲକ ର ଝିପାବାହାଲ ଗ୍ରାମରେ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ତରଫରୁ ଗ୍ରାମବାସୀ ଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ପୂଜା ପାଠ କରି ବିହନ ଧାନ ଅକ୍ଷି ମୁଠି ଅନୁକୂଳ କରିଥିଲେ।ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ସମସ୍ତ ଓଡ଼ିଆ ଚାଷୀ ବିହନ ଅକ୍ଷି ମୁଠି ଅନୁକୂଳ କରି ସୁନାର ଫସଲ ଫଳେଇବା ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥାନ୍ତି।ଆଜି ପ୍ରଭୁ ଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ ହୋଇଥାଏ।ଆଜି ଭଗବାନ ପର୍ଶୁରାମ ଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ। ତେଣୁ ଆଣି ଦିନଟି ଓଡ଼ିଆ ମାନଙ୍କ ପାଇଁ ବିଶେଷ କରି ଚାଷୀ ମାନଙ୍କ ପାଇଁ ବହୁତ ହିଁ ପବିତ୍ର ଓ ମହତ୍ୱପୂର୍ଣ୍ଣ ଅଟେ ବୋଲି ଚାଷୀ ମାନଙ୍କୁ ଶ୍ରୀ ପାଣିଗ୍ରାହୀ ନିଜ ମନ୍ତବ୍ୟ ମାଧ୍ୟମରେ ଜଣେଇଥିଲେ। ସଭାକାର୍ଯ୍ୟ ଓ ପୂଜାପାଠ ସାରି ସମସ୍ତ ଚାଷୀ ମାନଙ୍କ ଗହଣରେ ଶ୍ରୀ ପାଣିଗ୍ରାହୀ କ୍ଷେତ ରେ ଧାନ ବିହନ ଅକ୍ଷି ମୁଠି ଅନୁକୂଳ କରି ହଳ ଚଳେଇ ଥିଲେ।ପରେ ଚାଷୀ ମାନଙ୍କୁ ସରକାର ଓ ପ୍ରଶାସନ କୃତ ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଏକଜୁଟ ହୋଇ ହକ ଦାବି ହାସଲ ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ ଦେଇଥିଲେ।ବହୁତ ଶୀଘ୍ର ଗତ ବର୍ଷର ମରୁଡି ଘୋଷଣା ପାଇଁ ,ରବି ମଣ୍ଡି,ବିଜୁଳି,୨୦୧୭ ରୁ ୨୦୨୧ ମଧ୍ୟରେ ବକେୟା ଥିବା ଫସଲ ବୀମା,ଖରିଫ ପାଇଁ ବିହନ ଓ ସାର କୁ ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ତରଫରୁ ସାରା ଜିଲ୍ଲାର ଚାଷୀ ଙ୍କୁ ନେଇ ଦାବୀ ପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଆଜି ର କାର୍ଯ୍ୟକ୍ରମରେ ଶ୍ରୀ ମହେଶ ରାମ ସାହୁ,ଶ୍ରୀ ଛବି ଲାଲସାହୁ,ବଳୀରମ ସାହୁ,ସାହାତ ରାମ ସାହୁ,ଦେଓରାମ ସାହୁ,ମିନା ଲାଲ ସାହୁ ପ୍ରମୁଖ ସାମିଲ ହୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।