Odisha news

ଜିଲ୍ଲାପାଳଙ୍କ ନୂଆପଡ଼ା  ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟର ପରିଦର୍ଶନ

0
ନୂଆପଡ଼ା-୨୨/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା  ବିଜ୍ଞାପିତ ଅଞ୍ଚଳ ପରିଷଦର  ବିଭିନ୍ନ ୱାର୍ଡ ରେ ଚାଲିଥିବା ବିଭିନ୍ନ  ଉନ୍ନତି ମୂଳକ କାର୍ଯ୍ୟର  ପରିଦର୍ଶନ କରିଛନ୍ତି  ଜିଲ୍ଲାପାଳ  ମଧୁସୂଦନ ଦାଶ ।  ଗତ ରବିବାର ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡ଼ାର  କାର୍ଯ୍ୟନିର୍ବାହୀ ଅଧିକାରୀ  କୁରୁକ୍ଷେତ୍ର ନାଏକ  ,ଜୁନିୟର ଇଞ୍ଜିନିୟର  ଅମିତ କୁମାର ରାଉଳ , ଏନ.ଏ.ସି.  ଯନ୍ତ୍ରୀ ରୋଷନ ପ୍ରଧାନଙ୍କ ଗହଣରେ ଜିଲ୍ଲାପାଳ ସମସ୍ତ  ପ୍ରକଳ୍ପର  ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ ।  ବର୍ତ୍ତମାନ  ନୂଆପଡ଼ା ସହରରେ  ୱାର୍ଡ୍ ନମ୍ବର ୧୩ ରେ ହେମଲାଲ୍ ଦଣ୍ଡସେନାଙ୍କ ଘରଠାରୁ  ଦର୍ଲି ବନ୍ଧ ଓ ଏନ.ଏଚ.  ରୁ ବିବେକାନନ୍ଦ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ପେଭର୍ ରୋଡ଼ ନିର୍ମାଣ ଆନୁମାନିକ ବ୍ୟୟ  ଅଟକଳ ଟ ୧୭,୮୫,୦୦୦/- ରେ  ସଡ଼କ ଓ ସେତୁ  ଯୋଜନାରେ  ଚାଲିଛି  ।  ସେହିପରି ୱାର୍ଡ୍ ନମ୍ବର ୮ ରେ  ସନ୍ତୋଷ ସାହୁଙ୍କ ଘରଠାରୁ  ରଞ୍ଜନ ରଶ୍ମି ମହାନ୍ତି ଘର ପର୍ଯ୍ୟନ୍ତ ଓ ପୂର୍ଣ୍ଣିମା ଡେଲି ନିଡ୍ସ ରୁ ଜୟନ୍ତ ସାହୁଙ୍କ ଘର ପର୍ଯ୍ୟନ୍ତ ପେଭର୍ ରୋଡ଼ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ  ଟ ୧୧,୭୭,୦୦୦/- ରେ ସଡ଼କ ଓ ସେତୁ  ଯୋଜନାରେ  ଚାଲିଛି  । ୱାର୍ଡ ନମ୍ବର ୧୩ ରେ ମୋ ପୋଖରୀ  ଯୋଜନାରେ ସର୍କିଟ୍ ହାଉସ୍ ନିକଟସ୍ଥ ଦର୍ଲି ବନ୍ଧର  ପୁନରୁଦ୍ଧାର ଆନୁମାନିକ ବ୍ୟୟ  ଅଟକଳ ଟ ୬୬.୬୭ ଲକ୍ଷରେ ଚାଲିଛି । ୱାର୍ଡ୍ ନମ୍ବର- ୭ ରେ ମୋ ପୋଖରୀ  ଯୋଜନାରେ ପଲଶାଗୁଡାରେ ଖମ୍ବା ବନ୍ଧର  ପୁନରୁଦ୍ଧାର ଆନୁମାନିକ ବ୍ୟୟ ଅଟକଳ  ଟ ୫୧.୯୦ ଲକ୍ଷରେ ହେଉଛି । ୱାର୍ଡ୍ ନମ୍ବର–୭  ରେ ପଲଶାଗୁଡାରେ ୫୦୦ ସିଟିଂ ବ୍ୟବସ୍ଥା ଥିବା ବହୁମୁଖି  ହଲ ,  ମଲ୍ଟିପର୍ପୋଜ୍ ହଲ୍ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ  – ଟ ୨.୧୬ କୋଟିରେ ଆଗେଇ ଚାଲିଛି  । ୱାର୍ଡ୍ ନମ୍ବର ୧୩ ରେ ୩୦୦ ସିଟିଂ ବ୍ୟବସ୍ଥା ଥିବା ହବହୁମୁଖି  ହଲ ,  ମଲ୍ଟିପର୍ପୋଜ୍ ହଲ୍ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ  ଟ ୨.୧୦ କୋଟି ରେ ନିର୍ମିତ ହେଉଛି  । ଦେୱାରପଡା ବସ୍ତିକୁ ସାଖାତୋରା, ୱାର୍ଡ୍ ନମ୍ବର ୧ କୁ ସ୍ଥାନାନ୍ତର କରିବା ପାଇଁ ଆନୁମାନିକ ବ୍ୟୟ ଅଟକଳ ଟ ୮୪ ଲକ୍ଷରେ  ୧୫ ତମ ଆର୍ଥିକ ଆୟୋଗ  ଅନୁଦାନରେ ଆଗେଇ ଚାଲିଛି । ଜନସାଧାରଣଙ୍କୁ ଉଚିତ୍ ସେବା ଯୋଗାଇ ଦେବା ପାଇଁ ଏହି ସମସ୍ତ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।
Leave A Reply