Odisha news

ଜିଲ୍ଲା ଗଠନ ର ପୁରୋଧା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝିଙ୍କ ୨୮ତମ ତିରୋଧାନ ଦିବସ ପାଳିତ                           

0

ନୂଆପଡ଼ା -୨୨/୪(ସୁରେନ୍ଦ୍ର ତିୱାରୀ) ଉପାନ୍ତ ଓଡ଼ିଶା ରେ ନୂଆପଡ଼ା ଜିଲ୍ଲା ନବ ନିର୍ମାଣ ର ସ୍ବପ୍ନ ଦେଖିଥିବା ଓ ସେହି ସ୍ବପ୍ନ କୁ ସାକାର କରିଥିବା ନୂଆପଡ଼ା ର ବରପୁତ୍ର ଆଦିବାସୀ ନେତା ସ୍ବର୍ଗତ ପୂର୍ବତନ ମନ୍ତ୍ରୀ ଘାସି ରାମ ମାଝି ଙ୍କ ଆଜି ତିରୋଧାନ ଦିବସ।ଜିଲ୍ଲା ଗଠନ ର ମୁଖ୍ୟ ପୁରୋଧା ତଥା ପ୍ରତିଷ୍ଠାତା ଭାବରେ ଆଦିବାସୀ  ନେତା ସ୍ବର୍ଗତ  ମାଝୀଙ୍କ ୨୮ ତମ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି। ସେ ଓଡ଼ିଶା ସରକାର ରେ ଅନେକ ଥର ବିଧାୟକ ଓ ଦମଦାର ମନ୍ତ୍ରୀ ପଦ ପାଇ ଜିଲ୍ଲା ର ବିକାଶ କରିଥିଲେ । ତାଙ୍କ ସମୟ ରେ ଜିଲ୍ଲା ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଆଦିବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଥିଲେ। ଜିଲ୍ଲା ଗଠନ କରି ଏକ ପ୍ରଗତିଶୀଳ ଅଞ୍ଚଳ ଗଠନ ତାଙ୍କ ସ୍ବପ୍ନ ଓ ମୂଳ ଲକ୍ଷ ରହିଥିଲା। ମାଝୀ ଙ୍କ ପୁତୁରା ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଯୁବ ଆଦିବାସୀ ନେତା ଭାନୁପ୍ରତାପ ସିଂ ମାଝିଙ୍କ ନେତୃତ୍ୱରେ  ନୂଆପଡ଼ା ଏକତା ଛକ ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ୨୮ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମସ୍ତେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଏକତା ଛକ ସ୍ଥିତ ସ୍ବର୍ଗୀୟ ମନ୍ତ୍ରୀ ଶ୍ରୀ ମାଝିଙ୍କ ପ୍ରତିମୂର୍ତ୍ତି ଠାରେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ।

Leave A Reply