Odisha news

ଏନଆରଏ ; ନିଯୁକ୍ତି କ୍ଷେତ୍ରରେ ନୂଆ ମୋଡ ଆଣିବ କି?

0

ରାକେଶ କୁମାର ବାରିକ : ଯେପରି ମୂଳଭିତି ସୁଦୃଢ ରହିଲେ ତା ଉପରେ ଗଢି ହୁଏ ଏକ ସୁନ୍ଦର ପ୍ରାସାଦ, ଠିକ ସେହିପରି ଉତମ ଓ ଗୁଣାତ୍ମକ ଶିକ୍ଷାର ସାହାଯ୍ୟରେ ଆମେ ପାଇପାରିବା ଦେଶର ଆଗାମୀ ପିଢିର ରକ୍ଷକ । ସଠିକ୍ ଶିକ୍ଷା ବ୍ୟକ୍ତିକୁ ଦିଏ ନୂତନ ପରିଚୟ, ସମାଜରେ ତାକୁ ସଦା ସର୍ବଦା ଉଚ୍ଚାସ୍ଥାନରେ ରଖିଥାଏ । ନିଯୁକ୍ତି ସମାଜର ଏକ ଅବିଚ୍ଚେଦ୍ୟ ଅଙ୍ଗ । ଆମେ ଗ୍ରହଣ କରିଥିବା ଶିକ୍ଷାକୁ ଜୀବିକା ନିର୍ବାହର ଶିଖରରେ ରୁପାନ୍ତରିତ କରିବା ହେଉଛି ନିଯୁକ୍ତି । ଏକବିଂଶ ଶତାଦ୍ଧୀର ଭାରତରେ ନିଯୁକ୍ତି ଯୁବ ପିଢିଙ୍କ ପାଇଁ ବେଶ ଚ୍ୟାଲେଂଜ ସୃଷ୍ଟି କରିଛି ।

ଆଧୁନିକତା ସହ ତାଳ ଦେଇ ଆଜିର ଯୁବ ପିଢି ଚାକିରି ପଛରେ ଦୌଡୁଛନ୍ତି । ତା ସହ ଚାକିରି ପାଇଁ ବିଭିନ୍ନ ପ୍ରକାରର ଫର୍ମ ଫିଲ ଅଫରେ ଚଢା ଟଙ୍କା ସେମାନଙ୍କୁ ବ୍ୟଥିତ କରୁଛି । ମାତ୍ର କିଛି ଦିନ ତଳେ କ୍ୟାବିନେଟରୁ ମୋହର ମିଳଥିବା ଜାତୀୟ ନିଯୁକ୍ତି ଏଜେନ୍ସି ଯୁବ ପିଢିଙ୍କ ବିଭିନ୍ନ ଅସୁବିଧାକୁ ଦୂର କରିବାରେ ଯଥା ସମ୍ଭବ ସାହାଯ୍ୟ କରିବ ।

ଜାତୀୟ ନିଯୁକ୍ତି ଏଜେନ୍ସି କଣ? ଏକକ ଯୋଗ୍ୟତା ପରୀକ୍ଷା କରିବା ଉଦେଶ୍ୟରେ ଏହାର ସୃଷ୍ଟି, ଅର୍ଥାତ ବିଭିନ୍ନ ସରକାରୀ ପଦବୀରେ ନିଯୁକ୍ତି ପାଇଁ ଏକମାତ୍ର ପି୍ରଲିମିନାରୀ ପରୀକ୍ଷା କରିବା ଓ ପି୍ରଲିମିନାରୀ ପରୀକ୍ଷା ପରେ ଅଲଗା ଅଲଗା କ୍ଷେତ୍ର ପାଇଁ ଅଲଗା ପରୀକ୍ଷା । ବର୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୨୦ରୁ ଅଧିକ ନିଯୁକ୍ତି ଏଜେନ୍ସି ଅଛି, ତେବେ ଏହି ନିଯୁକ୍ତି ପକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ସରକାରା ଜାତୀୟ ନିଯୁକ୍ତି ଏଜେନ୍ସି ସୃଷ୍ଟି କରିଛନ୍ତ । ଜାତୀୟ ନିଯୁକ୍ତି ଏଜେନ୍ସି ଏପରି ଏକ ସଂଗଠନ ହେବ ଯାହା ସରକାରୀ ଚାକିରୀରେ ବିଭିନ୍ନ ପଦବୀ ପାଇଁ ଏକକ ଯାଗ୍ୟତା ପରୀକ୍ଷା କରିବ । ବର୍ତମାନ ସରକାରୀ ନିଯୁକ୍ତି ଉଦେଶ୍ୟରେ ପରୀକ୍ଷା କେନ୍ଦ୍ର ଜନସେବା ଆୟୋଗ  (ୟୁପିଏସସି) ଏବଂ କର୍ମଚାରି ଚୟନ ଆୟୋଗ ( ଏସଏସସି) ଦ୍ୱାରା ଅନୁଷ୍ଠିତ ହେଉଛି । ତେବେ ଏହି ନୂତନ ନିଯୁକ୍ତି ପରୀକ୍ଷା କେବଳ ପରୀକ୍ଷାର୍ଥୀଙ୍କ ପାଇଁ ନୁହ୍ନେ ବରଂ ସରକାରଙ୍କ ପାଇଁ ମଧ୍ୟ ସରଳ ହେବ ।

ଆଗରୁ ବିଭିନ୍ନ ସରକାରୀ ପଦବୀ ପାଇଁ ଭିନ୍ନଭିନ୍ନ ପରୀକ୍ଷା ଦେବାକୁ ପଡୁଥିଲା, ମାତ୍ର ଜାତୀୟ ନିଯୁକ୍ତି ଏଜେନ୍ସି ଦ୍ୱାରା ଏକ ସାଧାରଣ ଯୋଗ୍ୟତା ପରୀକ୍ଷା ହେବ ଅର୍ଥାତ ଯଦି ଜଣେ ପରୀକ୍ଷାର୍ଥୀ ଏସଏସସି, ରେଳବାଇ ଓ ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି , ତେବେ ତାକୁ ସମସ୍ତ ପରୀକ୍ଷାର ପ୍ରିଲିମ ଓ ପରେ ମେନ୍ ପରୀକ୍ଷା ଦେବାକୁ ପଡୁଥିଲା ମାତ୍ର ଏହା ଦ୍ୱାରା ତା,ର ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଥିଲା, ସମୟ ମଧ୍ୟ ବ୍ୟଥିତ ହେଉଥିଲ । ରେଜଲ୍ଟ ବାହାରିବା ପରେ ତାକୁ ମେନ୍ ପରିକ୍ଷା ଦେବାକୁ ପଡୁଥିଲା, ମାତ୍ର ନୂତନ ନିୟମ ଅନୁସାରେ ସସସ୍ତ ପରୀକ୍ଷା ପାଇଁ ଏକମାତ୍ର ଏକକ ଯୋଗ୍ୟତା ପରୀକ୍ଷା ଦେବାକୁ ପଡିବ, ତା ପରେ କୃତକାର୍ଯ୍ୟ ହେଲେ ନିଜ ଇଚ୍ଛା ମୁତାବକ ଯେ କୌଣସି ପରୀକ୍ଷାରେ ମେନ୍ ଦେବ । ଏହି ପ୍ରିଲିମ ପରୀକ୍ଷାର ବୈଧ ତିନି ମାସ ପର୍ଯ୍ୟନ୍ତ ରହିବ, ଅର୍ଥାତ ତିନି ବର୍ଷ ମଧ୍ୟରେ ତାକୁ ଏସଏସସି, ରେଳବାଇ ଓ ବ୍ୟାଙ୍କିଙ୍ଗ ମଧ୍ୟରୁ ଯେ କୌଣସି ବିଭାଗର ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ । ପ୍ରଥମ ବର୍ଷ ଯଦି ସେ ଏସଏସସି ଦେଲା ଆଗାମି ବଷ ର୍ସେ ରେଳବାଇ ଓ ପରେ ବ୍ୟାଙ୍କିଙ୍ଗ ଦେଇପାରିବ । ଆଗରୁ ଥରେ ପ୍ରିଲିମରେ କୃତକାର୍ଯ୍ୟ ହେଲେ ସେହି ସଂପୃକ୍ତ ବିଭାଗ ପାଇଁ ଥରେ ମାତ୍ର ପରୀକ୍ଷା ଦେଇ ହେଉଥିବା ବେଳେ ଏହାର ବୈଧ ତିନି ବର୍ଷ ପର୍ଯ୍ୟନ୍ତ ରହିବ ଯାହା ଯୁବ ପରୀକ୍ଷାର୍ଥର୍ୀ ମନରେ ଆଶାର କିରଣ ସଦୃଶ ତାକୁ ସଦା ସର୍ବଦା ପ୍ରେରଣା ଯୋଗାଉଥିବ । ପିଲାମାନେ ପରୀକ୍ଷା ପାଇଁ ନିର୍ଭର ଯୋଗ୍ୟ କରୁଥିବା କୋଚିଂ ବଦଳରେ ଘରେ ନିଜେ ପଢାପଢି କରିପାରିବେ । ତିନିବର୍ଷର ବ୍ୟବଧାନ ତାଙ୍କୁ ସୁଦୃଢ କରିବ ।

ବର୍ତମାନ ସରକାରୀ ପଦବୀ ଖୋଜୁଥିବା ପାର୍ଥୀଙ୍କୁ ଏକମାତ୍ର ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ଏହାଦ୍ୱାରା ପାର୍ଥୀମାନଙ୍କୁ ଏକାଧିକ ନିଯୁକ୍ତି ଏଜେନ୍ସିର ଦେୟ ଦେବାକୁ ପଡିବ ନାହଁ ଏବଂ ସେମାନଙ୍କୁ ବହୁଦୂର ଯାତ୍ର ମଧ୍ୟ କରିବାକୁ ପଡିବ ନାହିଁ. ଏହାଦ୍ୱାରା ପାର୍ଥୀ ମାନଙ୍କ ଉପରେ ଥିବା ଚାପକୁ ଏଡାଯାଇ ପାରିବ ।ପୁନାରବୃତି ଖର୍ଚ୍ଚ, ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ସହିତ ସ୍ଥାନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଏହା ସମାଧାନ କରିପାରିବ ।

ଆମଦେଶରେ ବର୍ଷକୁ ପ୍ରାୟ ୨.୫ କୋଟିରୁ ଅଧିକ ପାର୍ଥି ଏହି ସବୁ ସରକାରି ପଦବୀ ପାଇଁ ଆବେଦନ କରୁଛନ୍ତି । ଏହି ନୂତନ ପ୍ରଣାଳି ଦ୍ୱାରା ସେମାନଙ୍କୁ ବାରାମ୍ବାର ପରୀକ୍ଷା ଦେବାକୁ ପଡିବ ନାହିଁ । ଏକକ ଯୋଗ୍ୟତା ପରୀକ୍ଷା ଦ୍ୱାରା ସମସ୍ତଙ୍କୁ ଏକମାତ୍ର ପରୀକ୍ଷା ଦେବାକୁ ପଡିବ । ଏହା ବାସ୍ତବରେ ସେମାନଙ୍କୁ ଉସôାହ ଦେବ । ଏହା ଅନୁମାନ କରାଯାଉଛିଯେ ଜାତୀୟ ନିଯୁକ୍ତି ଏଜେନ୍ସି ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ କେନ୍ଦ୍ର ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ସର୍ବୋତମ ନୁତନତା ଆଣିଥିବା ଏକ ବିଶେଷଜ୍ଞ ସଂସ୍ଥା ହେବ ।ପା୍ରରମ୍ଭରେ ଗୃପବି ଓ ଗ୍ରୁପ ସି ( ଅଣ- ଟେକ୍ନିକାଲ) ପଦବୀ ପାଇଁ ଏକକ ଯୋଗ୍ୟତା ପରୀକ୍ଷା ହେବ । ପରବର୍ତୀ ସମୟରେ ଏହା ଅଧୀନକୁ ଅନ୍ୟାନ୍ୟ ପରୀକ୍ଷା ଆସିବ । ତେବେ ସରକାର ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଅନଲାଇନ ଫ୍ରି କ୍ଲାସ କଲେ ପିଲାମାନେ ମଧ୍ୟ ଲାଭବାନ ହୋଇପାରିବେ । ଶିକ୍ଷାର ବ୍ୟବସାୟ କରଣ ମଧ୍ୟ ରୋକାଯାଇ ପାରିବ ।

ସମଗ୍ର ଦେଶରେ ପ୍ରାୟ ୧୦୦୦ରୁ ଅଧିକ କେନ୍ଦ୍ରରେ ସାଧରାଣ ଯୋଗ୍ୟତା ପରୀକ୍ଷା ହେବ ।ତା ସହ ବିଭନ୍ନ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ମଧ୍ୟ ରହିବ । ପାର୍ଥିମାନେ ଏକ ସାଧାରଣ ପୋର୍ଟାଲରେ ପଂଜିକରଣ କରିବାକୁ ସୁବିଧା ପାଇବେ ଏବଂ କେନ୍ଦ୍ରଗୁଡିକୁ ପସନ୍ଦ କରିବେ । ଉପଲବ୍ଧ ଆଧାରକରି କେନ୍ଦ୍ର ବଂଟନ କରାଯିବ । ଏହାଦ୍ୱାରା ସେମାନେ ନିଜ ଘର ପାଖରେ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଈପାରିବେ । ଏହା ସେମାନଙ୍କୁ ଆହୁରି ମଜବୁତ୍ କରିବ ।

ଜାତୀୟ ନିଯୁକ୍ତି ଏଜେନ୍ସି ବର୍ଷକୁ ଦୁଇଥର ସାଦାରଣ ଯୋଗ୍ୟତା ପରୀକ୍ଷାା ପରିଚାଳନା କରିବ । ଆବେଦନକାରୀଙ୍କ ପଂଜୀକରଣ, ରୋଲ ନମ୍ବର, ମାର୍କ , ମେରିଟ୍ ଆଦି ଅନଲାଇନରେ କରାଯିବ । ଅନେକ ଭାଷାରେ ଏହି ପରୀକ୍ଷା ହେବ ,ଏବଂ ଆଗକୁ ସମସ୍ତ ଭାରତୀୟ ଭାଷାରେ ଏହି ପରୀକ୍ଷା ହେବ । ସ୍ମାତକତୋର, ସ୍ମାତକ, ଉଚ୍ଚ ମାଧ୍ୟମିକ ଓ ଦଶମ ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି ପୃଥକ ପରୀକ୍ଷା କରିବ । ବିଭିନ୍ନ ପାଠ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏହା ବହୁ ମାତ୍ରରେ ସାହାଯ୍ୟ କରିବ ।

ପାଠ୍ୟକ୍ରମ, ବୟସ  ଏବଂ ପ୍ରୟାସରେ ପ୍ରତିବନ୍ଧକ ରହିବ । ଏକକ ଯୋଗ୍ୟତା ପରୀକ୍ଷା ଅବେଜକ୍ଟିଭ ପ୍ରଶ୍ନ ଉପରେ ଆଧାରିତ ହେବ । ଧାର୍ଯ ବୟସ ସୀମା ରହିବ । ପାର୍ଥୀଙ୍କ ପ୍ରୟାସ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ବୟସ ସୀମା କୋହଳ କରାଯିବ ।

ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ବହୁ ଲାଭଦାୟକ ହେବ । ବିଶେଷକରି ଗ୍ରାମାଚଂଳ ମହିଳା ପାର୍ଥୀ ମାନେ ଏକାଧିକ ପରୀକ୍ଷାରେ ଦେବାକୁ ଗଲାବେଳେ ପ୍ରତିବନ୍ଧକ ସାମ୍ନା କରନ୍ତି କାରଣ ସେମାନଙ୍କୁ ପରିବହନ ଓ ଦୂର ସ୍ଥାନରେ ରହିବାକୁ ବ୍ୟବସ୍ଥା କରିବାକୁ ପଡେ । ସେମାନଙ୍କୁ ପ୍ରାୟ ଦୂରବାଟ ଯିବା ପାଇଁ ଅନ୍ୟ ଉପରେ ନିର୍ଭୟ କରିବାକୁ ପଡେ, ଯଦ୍ୱାରା ସେମାନେ ପରୀକ୍ଷା ଦେବକୁ ବଂଚିତ ମଧ୍ୟ ହୋଇଥାନ୍ତି । ତେବେ ପ୍ରତ୍ୟେକ ଜିଲ୍ଲା ଗୁଡିକରେ ପରୀକ୍ଷା କେନ୍ଦ୍ର ଗୁଡିକରେ ଅବସ୍ଥିତି ସାଧାରଣତଃ ଗ୍ରାମାଂଚଳ ପ୍ରାର୍ଥୀ ବିଶେଷ କରି ମହିଳା ପାର୍ଥୀଙ୍କୁ ଲାଭଦାୟକ ହେବ । ଏକକ ଯୋଗ୍ୟତା ପରୀକ୍ଷା ଦ୍ୱାରା ଗ୍ରାମାଂଚଳର ପାର୍ଥୀ ମାନଙ୍କ ଆର୍ଥିକ ପ୍ରତିବନ୍ଧକକୁ ଏହା କିଛିମାତ୍ରାରେ ହାଲୁକା କରିବ ।

ଏହି ସବୁ ପଦକ୍ଷେପ ପ୍ରଶଂସନୀୟ  । ତେବେ ଆମେ ଦେଖୁଛେ ଯେ ଆସ୍ତେ ଆସ୍ତେ କେନ୍ଦ୍ର ସରକାରଙ୍କ ନିଯୁକ୍ତି କମିବାକୁ ଲାଗିଲାଣି । ପର୍ଯ୍ୟାୟକ୍ରମେ ନୂତନ ପଦବୀ ଗୁଡିକ ମଂଗୁରୀ ହେଉଛି, କିନ୍ତୁ ବହୁ ସଂଖ୍ୟକ ପଦବୀ ପୂରଣ ହୋଇପାରି ନାହିଁ । ବେସରକରୀ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେବେ ପ୍ରଶ୍ନ ଉଠୁଛି ଏହା କେତେ ମାତ୍ରରେ ସଫଳ ହେବ? ସେଥିପାଇଁ ବେସରକାରୀ ଅନୁଷ୍ଠାନରେ ମଧ୍ୟ କିପରି ଏହି ନୟମ ଲାଗୁ ହେବ ସେ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଭାରତ ବିଶ୍ୱ ସହ ତାଳ ଦେଇ ଉନ୍ନତିର ଶିଖର ଆଡକ ୁଅଗ୍ରଗତି କରୁଛି, ତେବେ ଏହି ନୁତନ ନିଯୁକ୍ତି ପଦ୍ଧତି ଆମ ରାଷ୍ଟ୍ରର ଉନ୍ନତିରେ ମ୍ଲାନ ଦିଗବଳୟର ଅମ୍ଲାନ ଜ୍ୟୋତିଷ୍କ ସାଜି ପୁଲକିତ ହେବ । ଜାତୀୟ ନିଯୁକ୍ତିନ ଏଜେନ୍ସି କିଛି ବର୍ଷ ମଧ୍ୟରେ  କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଚଂଳ, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଏବଂ ଘରୋଇ କ୍ଷେତ୍ରରେ ଅନ୍ୟାନ୍ୟ ଏଜେନ୍ସି ସଜ ଯୋଡିହେବ । ନିଯୁକ୍ତି କ୍ଷେତ୍ରରେ ସମୟ ଓ ଖର୍ଚ୍ଚ ସଂଚୟ ପାଇଁ ଏମାନଙ୍କୁ ସାହାଯ୍ୟ କରିବ । ଏହା ଦ୍ୱାରା ନିଯୁକ୍ତି ମଧ୍ୟ ଶିଘ୍ର ହୋଇପାରିବ ଓ ଆବଶ୍ୟକ ପଦବୀ ମଧ୍ୟ ଶୀଘ୍ର ପୂରଣ ହୋଇପାରିବ ।

ଜାତୀୟ ଶିକ୍ଷା ନୀତି ପରେ ଜାତୀୟ ନିଯୁକ୍ତି ଏଜେନ୍ସି ଭାରତବର୍ଷକ ବିଶ୍ୱ ଦରବାରରେ ବୈଭବଶାଳି କରିବା ପାଇଁ ଏକ ବଳିଷ୍ଟ ଉଦ୍ୟମ । ତେବେ ଏହାର ସୁପରିଚାଳନା ନିହାତି ଆବଶ୍ୟକ । କେବଳ ଅନେକ ବର୍ଷ ଧରି ଚାଲୁଥିବା ନିୟମରେ ପରିବର୍ତନ ଆମ ଦେଶକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପ୍ରତିପାଦିତ କରିବ । ସେଥିପାଇଁ ମୁଳଦୂଆ ସୁଦୃଢ କରିବା ନିହାତି ଆବଶ୍ୟକ । ଯଥାଶୀଘ୍ର ଏହି ପକ୍ରିୟାରେ ସମସ୍ତ ସରକାରୀ ନିଯୁକ୍ତି ପରୀକ୍ଷା ସାମିଲ ହେବା ଆବଶ୍ୟକ । ଯଦ୍ୱାରା ଅନ୍ୟାନ୍ୟ ପରୀକ୍ଷାର ସମାଧାନ ମଧ୍ୟ ଏହି ସଂସ୍ଥା କରିପାରିବ । ନିଯୁକ୍ତି ପାଇଁ  ମଂଜି ହେଉଛି ଶିକ୍ଷା, ଅର୍ଥାତ ଆମେ ଯେଉଁ ଅନୁସାରେ ଆମ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସେହି ଅନୁସାରେ ନିଯୁକ୍ତି ମଧ୍ୟ  ସୁଦୃଢ ହେବ । ଏହା ଆମ ରାଷ୍ଟ୍ରକୁ ସମଗ୍ର ବିଶ୍ୱରେ ଶ୍ରେଷ୍ଠତ୍ୱର ଆଖ୍ୟା ଦେବ ।

Leave A Reply