ତେନ୍ତୁଳିଖୁଣ୍ଟି =ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଦିଗି ପଂଚାୟତ ଅନ୍ତର୍ଗତ ପଣସପଦର ଗ୍ରାମ କୁ ବିଡ଼ିଓ ଙ୍କ ଗ୍ରସ୍ତ |ଉକ୍ତ ଗ୍ରାମ କୁ ଯାଇ ବିଡ଼ିଓ ଶ୍ରୀ ପଦ୍ମନାଭ ତ୍ରିପାଠୀ ଲୋକ ଙ୍କ ସହ ପାଇଖାନା ଦୁର୍ନୀତି କିପରି ରୋକାଯାଇ ପାରିବ ସେନେଇ ଆଲୋଚନା କରିଥିଲେ |ଆଗରୁ ହୋଇଥିବା ପାଇଖାନା ସମଧ୍ୱରେ ଆଲୋଚନା କରିବା ସହ ଆଗକୁ ଯେପରି ସେମିତି ତ୍ରୁଟି ନ ହୁଏ ସେ ଦିଗରେ ପ୍ରାଧାନ୍ୟ ଦେଇଥିଲେ |ଦ୍ୱିତୀୟ ପର୍ଯ୍ୟାୟ ପାଇଖାନା ବିତରଣ କରାଯିବ ତେଣୁ ପାଇଖାନା ପାଇନଥିବା ଲୋକେ ଆବେଦନ କରିବା ପାଇଁ ଉପଦେଶ ଦେବା ସହ ପାଇଥିବା ପାଇଖାନା କ୍ୟୋଣସି ଠିକାଦାର ଙ୍କୁ ନଦେଇ ଯଥା ସମ୍ଭବ ନିଜେ କରିବାକୁ ଉପଦେଶ ଦେଇଥିଲେ |ଦ୍ୱିତୀୟ ପର୍ଯ୍ୟାୟ ପାଇଖାନା ବିତରଣ ନିମନ୍ତେ ସର୍ଭେ ତୁରନ୍ତ ଆରମ୍ଭ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେବା ସହ ପ୍ରତି ପରିବାର କୁ 12000 ଟଙ୍କା ପ୍ରଦାନ କରାଯିବ |ଏବଂ ପ୍ରତି ପାଇଖାନା ରେ ଦୁଇଟି ଗାତ କରିବାକୁ ପଡିବ ଏଥି ସହ ଆଗରୁ କରାଯାଇଥିବା ପାଇଖାନା ଗୁଡିକ ମଧ୍ୟ ଦୁଇଟି ଗାତ କରନ୍ତୁ ବୋଲି ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି |ପ୍ରତି ପରିବାର ପାଇବା ଅନୁଦାନ ସେମାନଙ୍କ ବ୍ୟଙ୍କ ଖାତା କୁ ପଠାଯିବ | କେହି ମଧ୍ୟ ଅନ୍ୟ ଉପରେ ନିର୍ଭର ନହୋଇ ଯଥା ସମ୍ଭବ ନିଜେ କରିବା କୁ ଚେଷ୍ଟା କରନ୍ତୁ ବୋଲି କହିଥିଲେ |ଏହା ଛଡା ସ୍ଵଛ ଭାରତ ଦିଗରେ ମଧ୍ୟ ଧ୍ୟାନ ଦେବା ନିମନ୍ତେ ଗ୍ରାମ ବାସି ଙ୍କୁ କହିଛନ୍ତି |ଏହି ସମୟରେ ବୋହୁ ଗ୍ରାମବାସୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା |ଗ୍ରାମ ବାସି ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଅତି ନିକଟରୁ ପାଇ ଖୁସି ବ୍ୟକ୍ତ କରିଥିଲେ |ଗୋଷ୍ଠୀ ଉନୟନ ଅଧିକାରୀ କାର୍ଯ୍ୟ ରେ ଯୋଗ ଦେବା ଦିନ ଠାରୁ ବିଭିର୍ନ ଗ୍ରାମ ପରିଦର୍ଶନ ସହ ସହାୟତା ପ୍ରଦାନ ଦିଗରେ ପଦକ୍ଷପ ଗ୍ରହଣ କରି ଚର୍ଚାରେ ଅଛନ୍ତି |ପରିଦର୍ଶନ କରିଥିବା ଗ୍ରାମ ଲୋକଙ୍କୁ ପଚାରିବାରୁ ବହୁଦିନ ପରେ ଜଣେ ଭଲ ଲୋକଙ୍କୁ ବିଡିଓ ଆକାରରେ ପାଇ ଖୁସି ଥିବା ପ୍ରକାଶ କରିଥିଲେ |ଏବଂ ଆଗାମୀ ଦିନରେ ସେମାନେ ବିଭିର୍ନ ସୁବିଧା ପାଇପାରିବେ ବୋଲି କହିଛନ୍ତି |ଏହା ସହ ଆଗରୁ ମଧ୍ୟ ଶ୍ରୀ ତ୍ରିପାଠୀ ତେନ୍ତୁଳୀଖୁଣ୍ଟି ବ୍ଲକ ରେ ଏବିଡ଼ିଓ ଥିଲେ |ତେଣୁ ଲୋକେ ତାଙ୍କ ସହ ଆଗରୁ ପରିଚିତ ଥିବା ପ୍ରକାଶ କରିଥିଲେ |