Odisha news

ନନ୍ ସ୍ମୋକରଙ୍କ ମଧ୍ୟରେ ବୃଦ୍ଧି ପାଉଛି  ଲଙ୍ଗସ୍ କ୍ୟାନ୍ସର ର ବିପଦ : କଣ ରହିଛି ଏହା ପଛର କାରଣ 

0
କ୍ୟାନ୍ସର ନାମ ଶୁଣିବା ମାତ୍ରକେ ମନରେ ଭୟ ଜାଗ୍ରତ ହୋଇ ଯାଇଥାଏ , ଆମେରିକା ଓ ଏସିଆ ମହାଦେଶ ରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କ୍ୟାନ୍ସର ର ଭୟ l ଆମେରିକାନ କ୍ୟାନ୍ସର ସୋସାଇଟି ର ଗୋଟିଏ ଅଧୟନ ଅନୁସାରେ ପୁରୁଷ ମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ କ୍ୟାନ୍ସର ଏବଂ ମହିଳା ମାନଙ୍କ ନିକଟ ରେ ବ୍ରେଷ୍ଟ କ୍ୟାନ୍ସର ସମସ୍ୟା ବୃଦ୍ଧି ପାଉଛି ଏବଂ ଏହାପରେ ସର୍ବାଧିକ ଲଙ୍ଗସ୍ କ୍ୟାନ୍ସର ସମସ୍ୟା ଦେଖା ଯାଉଛି l
ସାଧାରଣ ଭାବରେ କୁହାଯାଇଥାଏ ଯେ ଫୁସଫୁସ କ୍ୟାନ୍ସର ଅତ୍ୟଧିକ ଧୂମ୍ର ପାନ ଦ୍ୱାରା  ହୋଇଥାଏ l କିନ୍ତୁ ଆମେରିକାନ କ୍ୟାନ୍ସର ସୋସାଇଟି ର ଅଧୟନ ଅନୁସାରେ କୁହାଯାଇଛି ଯେ ବିନା ସ୍ମୋକିଙ୍ଗ ରେ ମଧ୍ୟ ଫୁସଫୁସ କ୍ୟାନ୍ସର ସମସ୍ୟା ଦେଖା ଯାଉଛି l କିନ୍ତୁ ସେହି କାରଣ କଣ ଯାହାକି ବିନା ସ୍ମୋକିଙ୍ଗ ରେ ମଧ୍ୟ ଫୁସଫୁସ କ୍ୟାନ୍ସର ର କାରଣ ହୋଇଛି l
* ଅଧୟନ ଅନୁସାରେ କୁହାଯାଇଛି ଯେ ଭାରତ , ଆମେରିକା ଏବଂ ଅନେକ ଗୁଡିଏ ଏସିଆ ଦେଶ ଗୁଡିକ ରେ ମଧ୍ୟ ବିନା ସ୍ମୋକିଙ୍ଗ ରେ ଲଙ୍ଗସ୍ କ୍ୟାନ୍ସର ର ବୃଦ୍ଧି ହେଉଛି l ଏହା ପଛରେ କେଉଁ କାରଣ ସବୁ ରହିଛି ନିହାତି ଜାଣିବା ଜରୁରୀ l
– ବିଶେଷ ଭାବେ ଖଣି ରେ କାର୍ଯ୍ୟ କରୁଥିବା ଶ୍ରମିକ ଯିଏକି ସ୍ମୋକିଙ୍ଗ ନକରି ମଧ୍ୟ ଲଙ୍ଗସ୍ କ୍ୟାନ୍ସର ରେ ପ୍ରଭାବିତ ହେଉଛନ୍ତି l
– ଏୟାର ପଲ୍ୟୁଷନ୍ ମଧ୍ୟ ଲଙ୍ଗସ୍ କ୍ୟାନ୍ସର ର ଗୋଟିଏ ବଡ଼ କାରଣ l ଏବଂ ରୋଷେଇ ଘରର ଇନ୍ଧନ ମଧ୍ୟ ଲଙ୍ଗସ କ୍ୟାନ୍ସର ର କାରଣ ହୋଇଛି l
– ଏବଂ କିଛିଟା କ୍ଷେତ୍ରରେ ଲଙ୍ଗସ କ୍ୟାନ୍ସର ଜେନେଟିକ ମଧ୍ୟ ହୋଇଥାଏ ବୋଲି ଅଧୟନ ରେ କୁହାଯାଇଛି l
* ବିଶେଷ ଭାବେ ରେଣ୍ଡନ ଗ୍ୟାସ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ଯିଏକି ନନ ସ୍ମୋକର୍ ହୋଇ ମଧ୍ୟ ଲଙ୍ଗସ କ୍ୟାନ୍ସର ରେ ପ୍ରଭାବିତ ହେଉଛନ୍ତି l

Leave A Reply