Odisha news

ନୋଏଲ ଟାଟା କିଏ ? କାହିଁକି ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ ଭାବରେ ନିଯୁକ୍ତି ପାଇଲେ

0

ଟାଟା ଟ୍ରଷ୍ଟ ର ନୂଆ ଚେୟାରମ୍ୟାନ ଙ୍କୁ ସ୍ୱାଗତ

ଭାରତ ତାର ଗୋଟିଏ ମୂଲ୍ୟବାନ ରତ୍ନ ବୁଧବାର ୯ ଅକ୍ଟୋବର ରେ ହରାଇଛି, ଏହି ମୂଲ୍ୟବାନ ରତ୍ନ ଆଉ କେହି ନୁହନ୍ତି ସେ ହେଉଛନ୍ତି ଟାଟା ଟ୍ରଷ୍ଟ ର ଚେୟାରମ୍ୟାନ ରତନ ଟାଟା l ଯାହାଙ୍କର ଉଦ୍ୟମ ଓ ସଫଳତା ଭାରତକୁ ବିଶ୍ୱରେ ଦେଇଥିଲା ଗୋଟିଏ ନୂଆ ପରିଚୟ l ଗୁରୁବାର ଦିନ ରତନ ଟାଟା ଙ୍କୁ ରାଜକୀୟ ସମ୍ମାନ ସହିତ ଅନ୍ତିମ ବିଦାୟ ଦିଆଯାଇଥିଲା ମୁମ୍ବାଇ ସ୍ଥିତ ବର୍ଲି ର ସ୍ମସାନ ସଂସ୍କାର କରାଯାଇ ଥିଲା l ରତନ ଟାଟା ଙ୍କ ର ପୋଷା କୁକୁର ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ତାଙ୍କ ସହିତ ରହିଥିଲା l

ସମସ୍ତଙ୍କର ଟାଟା ଗ୍ରୁପ ର ନୂଆ ଅଧକ୍ଷ ଙ୍କୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଇତି ମଧ୍ୟରେ ଟାଟା ଗ୍ରୁପ ନିଜର ନୂଆ ଅଧକ୍ଷ ଙ୍କୁ ନିଯୁକ୍ତି ଦେଇ ସାରିଛି l ରତନ ଟାଟା ଙ୍କ ନିଧନ ପରେ ୧୧ ତାରିଖ ଦିନ  ମୁମ୍ବାଇ ରେ ଗୋଟିଏ ବୈଠକ ବସିଥିଲା l ଯେଉଁଥିରେ ରତନ ଟାଟା ଙ୍କ ସାବତ ଭାଇ ନୋଏଲ ଟାଟା ଙ୍କୁ ଟାଟା ଟ୍ରଷ୍ଟ ର ନୂଆ ଚେୟାରମ୍ୟାନ ଭାବରେ ନିଯୁକ୍ତି ଦିଆଯାଇ ଥିଲା l ବୈଠକ ରେ ଏହି ନିଷ୍ପତି ସମସ୍ତଙ୍କ ସହମତି ରେ ନିଆଯାଇ ଥିଲା l ଏହି ନିଷ୍ପତି ଅନୁସାରେ ନୋଏଲ ଟାଟା ଙ୍କୁ ଟାଟା ଗ୍ରୁପ ର ଦୁଇଟି ସବୁଠୁ ମହତ୍ଵପୁର୍ଣ ଦାୟିତ୍ୱ ଦିଆଯାଇଛି l ତାହାହେଲା ଧର୍ମାର୍ଥ ସଂସ୍ଥାନ ସାର ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବାଜୀ ଟାଟା ଟ୍ରଷ୍ଟ ର ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଛି l ସେ ପୂର୍ବରୁ ଏହି ଟ୍ରଷ୍ଟ ରେ ଟ୍ରଷ୍ଟି ଭାବରେ କାର୍ଯ୍ୟରତ ଥିଲେ l ଏବଂ ବର୍ତମାନ ତାଙ୍କୁ ଟାଟା ଟ୍ରଷ୍ଟ ର ଚେୟାରମ୍ୟାନ ଭାବରେ ନିଯୁକ୍ତି ଦିଆଯାଇଛି l

ସକ୍ସେସ ୟୁନିଭର୍ସିଟି UK ଓ INSEAD ରେ ଇଣ୍ଟରନେଶନାଲ ଏକଜିକ୍ୟୁଟିଭ ପ୍ରୋଗ୍ରାମ ରୁ ନୋଏଲ ଟାଟା ନିଜ ଶିକ୍ଷା ଗ୍ରହଣ କରିଛନ୍ତି l ନୋଏଲ ଙ୍କୁ ବ୍ୟବସାୟ ରେ ତାଙ୍କ ରଣନୀତି ଓ ଦୂରଦର୍ଶିତା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇ ଥାଏ l ନୋଏଲ ଟାଟା ଦୋରା଼ବାଜି ଟାଟା ଟ୍ରଷ୍ଟ ର ୧୧ ତମ ଚେୟାରମ୍ୟାନ ଓ ସାର ରତନ ଟାଟା ଟ୍ରଷ୍ଟ ର ୬ଷଷ୍ଠ ଚେୟାରମ୍ୟାନ ଭାବରେ ନିଯୁକ୍ତି ଦିଆଯାଇଛି l ନୋଏଲ ଟାଟା ଙ୍କୁ ସାରା ବିଶ୍ୱରୁ ସ୍ୱାଗତ କରାଯାଇଛି l

Nalco

Leave A Reply