ନୂଆପଡ଼ା -୧୯/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଖଡ଼ିଆଳ ଯୁବ ମୋର୍ଚ୍ଚା ପକ୍ଷରୁ ଗତ ତିନିଦିନଧରି ଚାଳିଥିବା ଅନ୍ତଃଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ ହୋଇଛି l ୩୫ ବର୍ଷ ବୟସ୍କରୁ କମ ବର୍ଗରେ ଫାଇନାଲ ମ୍ୟାଚରେ ବଲାଙ୍ଗୀରର ମହମ୍ମଦ ଇରଫାନ ଓ ଚିନ୍ମୟ ବେହେରା ଯୋଡି ୨-୧ ସେଟରେ ମହମ୍ମଦ ଆକିବ ଓ ଅଭୟ ସାହୁ ଯୋଡିକୁ ହରାଇ ଚାମ୍ପିୟନ ହୋଇଛନ୍ତି l ସେହିଭଳି ୩୫ ବର୍ଷରୁ ଉର୍ଦ୍ଧ ବୟସ୍କ ବର୍ଗରେ ରିତେଶ ବାବୁ ଓ ବନବି ହାରୀ ବେହେରା ଯୋଡି ୨-0 ସେଟରେ ସୁଦୀପ୍ତ ବିଶୋଇ ଓ ଲକ୍ଷ୍ମୀକାନ୍ତ ପୂଜାରୀ ଯୋଡିକୁ ହରାଇ ଚମ୍ପିୟାନ ହୋଇଛନ୍ତି l ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜପାଣିଗ୍ରାହୀ,ସମ୍ମାନିତ ଅତିଥିଭାବେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ,ଇଂ ସୌମ୍ୟ କିଶୋର ଜୟପୁରିଆ,ଚିତ୍ରଭାନୁ ସିଂଦେଓ,ସାମ୍ବାଦିକ କୁନୁ କରୁଆଁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପରେ ଅତିଥିମାନେ ଚାମ୍ପିୟନ ଓ ରନର୍ସ ଅପ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ l ଏହି ଉଦଯାପନୀ ସମାରୋହରେ ଖଡ଼ିଆଳ ଯୁବ ମୋର୍ଚ୍ଚା ର ସଭାପତି ଅଭିଳାଷ ସିଂଦେଓ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ସଞ୍ଜୟ ସେଠି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ l ସରୋଜ କୁମାର ପଣ୍ଡା, ସୌରଭ ପଣ୍ଡା ଖେଳ ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟରେ ପ୍ରସନ୍ନ କୁମାର ମାହାନା,ନନ୍ଦ କୁମାର ନାଗ,ରଶ୍ମି ରଞ୍ଜନ ପାଣିଗ୍ରାହୀ, ଆଲୋକ ରଥ,ମାନସ ପତି,ବିଜୁ ସେଠି,ଅଙ୍କିତ ସାହୁ,ଅକ୍ଷୟ ପାଢ଼ୀ,ସେରୁ,ବିବେକ ନାଏକ ପ୍ରମୁଖ ଟୁର୍ନାମେଣ୍ଟରେ ସମ୍ପୂର୍ଣ ସହଯୋଗ କରିଥିଲେ l