Odisha news

କମାଗୁରୁ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ଆରମ୍ଭ

0
ନିରାକାରପୁର,୧୯/୪: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ପଞ୍ଚାୟତରେ ପଞ୍ଚାୟତ ତରଫରୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ର ଶୁଭାରମ୍ଭ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କୂଅ ଓ ପୋଖରୀ ସୁଖିବାକୁ ଲାଗିଲାଣି। ବିଶୁଦ୍ଧ ପାନୀୟ ଜଳ ଲୋକ ନ ପାଇ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାବେଳେ ପଞ୍ଚାୟତ ତରଫରୁ ଟ୍ୟାଙ୍କର ମାଧ୍ୟମରେ ଭ୍ରାମ୍ୟମାଣ ପାନୀୟ ଜଳ ଯୋଗାଣ କୁ ସରପଂଚ ସୁନୀତା ଚମ୍ପତି ଆରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଂଚ ଆଶୁତୋଷ ମହାପାତ୍ର, ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାମ୍ବଳ ଓ ୱାର୍ଡ ମେମ୍ବର, ପଞ୍ଚାୟତ କର୍ମଚାରୀମାନେ ଥିଲେ।
Nalco

Leave A Reply