Odisha news

ନିରାକାରପୁର  ସ୍କାଉଟ ଗାଇଡ ତରଫରୁ ଜଳ ସେବା ଶିବିର

0
ନିରାକାରପୁର,୧୩/୪: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ସ୍କାଉଟ ଗାଇଡ ତରଫରୁ ଜଳ ସେବା ଶିବିର ସ୍ଥାନୀୟ କଲେଜ ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜଳ ସେବା ଶିବିର କୁ ଆନୁଷ୍ଠାନିକ ଭାବେ କଲେଜ ଅଧ୍ୟାପିକା କାଦମ୍ବିନୀ ସାହୁ ଉଦଘାଟନ କରିଥିବାବେଳେ ଏହାକୁ ରୋଭର ସ୍କାଉଟ ଲିଡର ଅଧ୍ୟାପକ ହର ପ୍ରସନ୍ନ ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମୋନାଲିସା ଆଚାର୍ଯ୍ୟ, ପ୍ରିତିଛନ୍ଦା ରାଉତରାୟ ଓ ଅଧ୍ୟାପକ କୈବଲ୍ୟ ଚରଣ ପତିଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ। ରୋଭର୍ ଓ ରେଞ୍ଜର ଏକକ ର ଛାତ୍ରୀମାନେ ଏହି ଶିବିରରେ ବାଟୋଇ ମାନଙ୍କୁ ଦହି ପଣା ଦୁଇ ଦିନ ଧରି ବଣ୍ଟନ କରୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ଏହି ଭଳି  କାର୍ଯ୍ୟକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।
Nalco

Leave A Reply