ନିରାକାରପୁର,୪୦/୩: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ ଓ ପରିବହନ ବିଭାଗର ମିଳିତଭାବେ ନୂଆ ଜଗନ୍ନାଥ ସଡ଼କ ଲେଣ୍ଡୁ ଛକରେ ଗାଡି ମଟର ଯାଞ୍ଚ କରିଥିଲେ। ହେଲମେଟ ରୁ ଆରମ୍ଭ କରି ଗାଡି କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଏକାଧିକ ଗାଡିରୁ ପ୍ରାୟ ୬୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ ରାଉତରାୟ ଜଣାଇଛନ୍ତି। ସେହିପରି ଏହି ଧରପଗଡ ସମୟ ରେ ୪ ଜଣ ମଦୁଆ ଚାଳକ ଧରାପଡିଥିଲେ।