Odisha news

ଆଦର୍ଶ ପଞ୍ଚାୟତ ରୂପେ କ°ପୁର ପଞ୍ଚାୟତ ପୁରସ୍କୃତ

0
ନିରାକାରପୁର,୬/୩: ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କ°ପୁର ପଞ୍ଚାୟତକୁ ପଂଚାୟତରାଜ ଦିବସ ଅବସରରେ ଅନୁଷ୍ଠିତ ସୁତନ୍ତ୍ର ଉତ୍ସବରେ ଆଦର୍ଶ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ପଞ୍ଚାୟତ ପରିଚାଳନା ଓ କାର୍ଯ୍ୟ ଦକ୍ଷତା ପାଇଁ ଏହି ପଞ୍ଚାୟତକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରଦର୍ଶନୀ ପ୍ରମୁଖ ଯୋଗଦେଇ କ°ପୁର ପଞ୍ଚାୟତ ସରପଂଚ ସୋନାଲି ଶ୍ରୀଚନ୍ଦନ ଙ୍କୁ ପ୍ରଦାନ କରିଥିଲେ। ପୁରସ୍କାର ଅର୍ଥ ରାଶି ସୁରୁପ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ସରପଞ୍ଚଙ୍କ ସହିତ ନାଏବ ସରପଂଚ ଦୀପକ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ ନାୟକ, ଗ୍ରାମ ରୋଜଗାର ସେବକ ଆଲୋକ ଫତେସିଂହ ଓ ଯୋଗାଣ ସହାୟକ ସନ୍ତୋଷ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସରପଂଚ ଶ୍ରୀମତୀ ଶ୍ରୀଚନ୍ଦନ ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଓ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Nalco

Leave A Reply