ନିରାକାରପୁର,୧୬/୧:ମଳିପଡ଼ାସ୍ଥ କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି l ଏହି ଶିବିରକୁ ବିଦ୍ୟାଳୟର ଅଧକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ଉଦଘାଟନ କରି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାର ଆବଶ୍ୱକତା ସମ୍ବନ୍ଧରେ ବୁଝାଇଥିଲେ l କ୍ରୀଡାଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୮ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ l ଏହି ଉଦଘାଟନୀ ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ l ପ୍ରଶିକ୍ଷିକା ସ୍ଵାଗତିକା ବଳବନ୍ତରାୟ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷl କୌଶଳ ପ୍ରଦାନ କରିବେ lଅଧ୍ୟାପକ ଶ୍ରୀ ପ୍ରାଣେଶ୍ୱର ଜୟସିଂହ ସଭା ପରିଚାଳନା କରିଥିଲେ l