Odisha news

ଭବତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଟାଙ୍କୋଳ

0
ନିରାକାରପୁର,୧୦/୧୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ଖେଳ ପଡିଆରେ ମା ଉଗ୍ରତାରା କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଖେଳା ଯାଉଥିବା ଭବତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟି ଦଳ ଭାଗ ନେବାକୁ ଥିବାବେଳେ ଆଜି ୪ ଟି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ପ୍ରଥମ ସେମିଫାଇନାଲରେ ଟାଙ୍କୋଳ ଓ ବାଲିଆପଡ଼ା  ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଟାଙ୍କୋଳ ବିଜୟ ଲାଭ କରିଥିଲା। ପ୍ରଥମେ ଟାଙ୍କୋଳ ଦଳ ବ୍ୟାଟିଂ କରି ୨୦ ଓଭର ରେ ୪ ୱକେଟ ହରାଇ ୧୯୧ କରିଥିବାବେଳେ ବାଲିଆପଡ଼ା ଦଳ ୧୭ ଓଭରରରେ ସମସ୍ତ ୱିକେଟ ହରାଇ ୧୩୮ ରନ କରିବା ପାଇଁ ସକ୍ଷମ ହୋଇପାରିଥିଲା  ଫଳରେ ଟାଙ୍କୋଳ ଫାଇନାଲକୁ ପ୍ରବେଶ କରିଛି। ଦଳର ଲକି ଯାଦବ ୩୩ ବଳରୁ ୯୬ ରନ ସଂଗ୍ରହ କରିଥିବାବେଳେ ସିନ୍ଧାନ୍ତ ପାଇକରାୟ ୨୬ ବାଳରୁ ୫୬ ରନ ସଂଗ୍ରହ କରିଛନ୍ତି। ଆଜିର ଖେଳକୁ ଅଜିତ ଦାସ , ବାବ୍ରୁ ବାହନ ପ୍ରଧାନ ଓ ଉମା ଶଙ୍କର ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ବାସୁଦେବ ବାରିକ, ପୂର୍ଣ୍ଣ ଚନ୍ଦ୍ର କଳସ,ଉମା ଶଙ୍କର ସାହୁ, ସନ୍ତୋଷ ସାହୁ ଓ ପପୁ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ଆଜିର ଅତିଥି ଭାବେ ସାମାଜିକ କର୍ମୀ ଲିପୁନ ବଳିଆରସିଂହ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
Nalco

Leave A Reply