ନିରାକାରପୁର, ୨୩/୯:ସମ୍ପର୍କକୁ ନିବିଡ଼ କରିବା ଓ ଆମ ସଂସ୍କୃତିର ବିକାଶ କରିବା ପାଇଁ ଜଙ୍କିଆ ପଲ୍ଲୀ ଉତ୍ସବର ଏକ ସ୍ୱତନ୍ତ୍ରତା ରହିଛି । ଗ୍ରାମାଂଚଳରୁ ଲୋକକଳା ଦିନକୁ ଦିନ ହଜିଯିବାକୁ ବସିଲାଣି । ଲୋକକଳାକୁ ବଂଚାଇ ରଖିବାର ପ୍ରକୃଷ୍ଠ ମାଧ୍ୟମ ଉତ୍ସବ । ଗ୍ରାମାଂଚଳର କଳାକାର ମାନେ ମଂଚ ପାଉନଥିବା ବେଳେ ଜଙ୍କିଆ ପଲ୍ଲୀ ଉତ୍ସବ କମିଟି ଗାଁରୁ ଖୋଜି କଳାକାର ମାନଙ୍କୁ ତାଙ୍କର କଳା ନୈପୁଣ୍ଣ୍ୟ ଦେଖାଇବାର ସୁଯୋଗ ପ୍ରଦାନ କରୁଛି ବୋଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି ଓ ସମ୍ମାନୀତ ଅତିଥି ଭାବେ ଜଂକିଆ ସରପଂଚ ପଙ୍କୋଜୀନ ବଳବନ୍ତରାୟ, ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ସେହିପରି ଚତୁର୍ଥ ସନ୍ଧ୍ୟା ରେ ଅଧ୍ୟାପିକା ଡ଼ ପ୍ରତିଭା ମହାରଥୀ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥ ଭାବେ ସମାଜସେବୀ ଇଂ ଅମୀୟ କୁମାର ଦାସ, ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ବରିଷ୍ଠ ଡ଼ାକ୍ତର ଚନ୍ଦନ କୁମାର ପଣ୍ଡା , ଡ଼ ଶକ୍ତି ପ୍ରସାଦ ଚୌଧୁରୀ ଓ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଚଉଁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା । ଆମ ଓଡିଆ ଜାତିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଏହି ଉତ୍କଳୀୟ କଳା ବୋଲି ମତବ୍ୟକ୍ତ କରିଥିଲେ । ଓଁଶ୍ରୀ ଗୃପ୍ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ର ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜି କନ୍ଧମାଳ କୁଇ ସାସ୍କୃତିକ ପରିଷଦ କଳାକାର ମାନଙ୍କ ନୃତ୍ୟ ଦର୍ଶକ ମାନଙ୍କୁ ପ୍ରତିକୂଳ ପାଗ ରେ ବି ବେଶ୍ ରାତି ପର୍ଯ୍ୟନ୍ତ ପଡ଼ିଆରେ ବାନ୍ଧି ରଖିଥିଲା। ସେହିପରି କଟକ ଲୋକଶାସ୍ତ୍ର ଓ ଖୋର୍ଦ୍ଧା ଗୋଟିପୁଅ ନୃତ୍ୟ ମୂର୍ତ୍ସନା ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଚତୁର୍ଥ ସନ୍ଧ୍ୟାରେ ପ୍ରଥମେ କଟକ ଲୋକକଳା ଗ୍ରୁପ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କୁ ବିଭୋର କରିଥିଲା । ପରେ ପରେ ଖୋର୍ଦ୍ଧାର ପାଇକ ଆଖଡା ବିରତ୍ୱର ଗାଥ ଗାଇବ ସହିତ ଖୋର୍ଦ୍ଧାର ପୂର୍ବସୁରୀ ମାନଙ୍କ ବଳିଦାନମନେପକାଇଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ସିଂଘମ ଗ୍ରୁପ ଓ ଗଞ୍ଜାମ ଓଡ଼ିଶୀ ନୃତ୍ୟୟନ ପ’ରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥାପକ କମଳେଶ ମହାରଣା,ଅଶ୍ୱନୀ ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଓଁ ଶ୍ରୀ ଗୃପ୍ ର ସଭ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ ସରକାରୀ ,ବେସରକାରୀ ଷ୍ଟଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟା ମନଙ୍କ ହାତତିଆରୀ ବିଭିନ୍ନ ସାମଗ୍ରୀ ଲୋକମାନେ କିଣା ବିକା କରିବାର ଦେଖିବାକୁ ମିଳିଥିଲା ।