Odisha news

ଧର୍ମ ଜାଗରଣ ସମନ୍ଵୟ ସଂଗଠନ ପକ୍ଷରୁ ବୁଦ୍ଧିଜିବୀ ସମ୍ମିଳନୀ , ଧର୍ମାନ୍ତରୀକରଣ ସନାତନ ଧର୍ମ ପ୍ରତି ବିପଦ ସୃଷ୍ଟି କରୁଛି

0
ନିରାକାରପୁର, ୨୨/୯: ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ। ଆମ ଭାରତ ବର୍ଷ ସନାତନ ଧର୍ମ ପୀଠ। ଏହା ଏକ ହିନ୍ଦୁ ରାଷ୍ଟ୍ର ଭାବେ ବିଶ୍ୱରେ ପରିଗଣିତ ହେଉଥିବାବେଳେ ସମ୍ପ୍ରତି ଏହାର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହିନ୍ଦୁ ଧର୍ମ ପରିତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିବା ଯୋଗୁ ସନାତନ ଧର୍ମ ପ୍ରତି ଦିନକୁ ବିପଦ ସୃଷ୍ଟି ହେବାକୁ ଲାଗିଛି।ଆଜକୁ ୩୦୦ ବର୍ଷ ତଳେ ଭାରତ ଏକ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ଥିବା ବେଳେ ଏହି ଧର୍ମାନ୍ତରୀକରଣ ଯୋଗୁ ଭାରତରୁ ବିଭିନ୍ନ ରାଷ୍ଟ୍ର ବିଛିନ୍ନ ହୋଇ ବହୁ  ଅଣହିନ୍ଦୁ ରାଷ୍ଟ୍ର ଗଠନ କରିବାରେ ସଫଳ ହୋଇଛନ୍ତି। ଆଜି ବି ଭାରତ ବର୍ଷ ରେ ଗାଁ ଗାଁ ରେ ଜଗନ୍ନାଥ ମନ୍ଦିର, ବିଭିନ୍ନ ଦେବଦେବୀ ପୀଠ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ଇତ୍ୟାଦି ହିନ୍ଦୁ ଧର୍ମ କୁ ପ୍ରତିଷ୍ଠା ପାଇଁ ରହିଥିବାବେଳେ କାହିଁକି ଧର୍ମାନ୍ତରୀକରଣକୁ ଆମ ସମାଜ ପ୍ରାଧାନ୍ୟ ଦେଉଛି ତାହା ଆଜି ବଡ଼ ବିଡ଼ମ୍ବନାର ବିଷୟ।କେବଳ କଣ ହିନ୍ଦୁ ମାନେ ଗରିବ ଅଛନ୍ତି ଅନ୍ୟ ଧର୍ମୀ ଲୋକ କଣ ଗରିବ ଶ୍ରେଣୀର ନାହାଁନ୍ତି । କାହିଁକି କେବଳ ହିନ୍ଦୁ ହିଁ ଧର୍ମ ପରିବର୍ତ୍ତନ କରି ବଞ୍ଚିବା ପନ୍ଥା ଅପାଣଉଛନ୍ତି  ବୋଲି କ୍ଷୋଭ ପ୍ରକାଶ କରି ସନାତନ ଧର୍ମ ପ୍ରତି ନିଜର ଆତ୍ମୀୟତା ବଢ଼ାଇବାକୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ଧର୍ମ ଜାଗରଣ ସମନ୍ଵୟ ସଂଗଠନ ପକ୍ଷରୁ ବୁଦ୍ଧିଜିବୀ ସମ୍ମିଳନୀରେ ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ଆହ୍ବାନ କରିଛନ୍ତି। ଧର୍ମ ଜାଗରଣ ପୁରୀ ବିଭାଗ ସଂଯାଯୋକ ନବକୃଷ୍ଣ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିଭାବେ ପୂର୍ବ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ବିନୟ କୁମାର ଭୂୟାଁ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ସଭାପତି ତଥା ଅଧିବକ୍ତା ଶକ୍ତି ଶଙ୍କର ମିଶ୍ର, ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ଓ ରମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥ ଭୂମିରେ ଧର୍ମାନ୍ତରୀକରଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ହିନ୍ଦୁ ଧର୍ମକୁ ନିଜର କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରସାଦ ଦାସ, ମନ୍ମଥ ବେହେରା, ଅଜୟ କୁମାର ପାଇକରାୟ, ଚିତ୍ତରଞ୍ଜନ ତ୍ରିପାଠୀ, ବ୍ରହ୍ମା ଦାସ, ଅଶୋକ ବ୍ରହ୍ମା ଓ ପ୍ରତ୍ୟୁଷ କୁମାର ସାମନ୍ତରାୟ ଙ୍କ ସମେତ ବହୁ ହିନ୍ଦୁ ଧର୍ମ ପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Har Ghar Tiranga

Leave A Reply