Odisha news

ପ୍ରକୃତିପ୍ରେମୀ ପୂର୍ବତନ ବନକର୍ମଚାରୀଙ୍କ ପରଲୋକ

0
ନିରାକାରପୁର,୨୨/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ନାଲସିଂହ ଗ୍ରାମର ପୂର୍ବତନ ବନ କର୍ମଚାରୀ ତଥା ପ୍ରକୃତୁପ୍ରେମୀ କେଳୁ ଚରଣ ମାନସିଂହ ଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ବନ କର୍ମଚାରୀ ସହିତ ଜଣେ ଭଲ ରାମଲୀଳା ଗାୟକ ହୋଇଥିବାବେଳେ ଅଦ୍ୟାବଧି ନାଲସିଂହରେ ରାମଲୀଳା ନାଟକ ହୋଇ ଆସୁଅଛି।ସେ ଜଣେ ସରଳ ବିଶ୍ୱାସୀ, ମେଲାପି, ଧର୍ମପରାୟଣ ବ୍ୟକ୍ତି ଥିଲେ। ବୃକ୍ଷ ରୋପଣ ଓ ଏହାର ସୁରକ୍ଷା ପାଇଁ ସେ ଅହରହ କାର୍ଯ୍ୟ କରୁଥିଲେ। ମୃତ୍ୟୁ ଶଯ୍ୟାରେ ନିକଟରେ ତିନି ପୁତ୍ର,ପୁତ୍ର ବଧୂ, ନାଲି ନାତୁଣୀ ଉପସ୍ଥିତ ଥିଲେ।
Nalco

Leave A Reply