Odisha news

ଗୋଚାଲାଣ ବେଳେ ଧରାପଡିଲା ଗୋରୁ ବୋଝେଇ ଅଟୋ ଟ୍ରଲି !

0
ନିରାକାରପୁର,୧୨/୯- ଗୋଚାଲାଣ ବେଳେ ଧରାପଡିଲା ଗୋରୁବୋଝେଇ ଡାଲା ଅଟୋ। ଡାଲା ଅଟୋ ଗାଡିରେ ଥିବା ତିନୋଟି ଗୋରୁ    ବେଆଇନ ଭାବେ ଯାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ପରେ ସବୁ କିଛି ଘଟଣା ଓଲଟି ଯାଇଥିଲା।   ସୂଚନାରୁ ଜଣାପଡିଛି ମାଫିଆମାନେ ନୂଆ ନୂଆ ତରିକା ରେ ଗୋଚାଲାଣ କରୁଛନ୍ତି। ମାଫିଆମାନେ ରାଜପଥ ରାସ୍ତା ରେ ନଯାଇ ଗାଁ ଗହଳି ମାଟି ରାସ୍ତାରେ ଗୋଚାଲାଣ କରୁଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ରତାମାଟି ସରପାରୀ ରାସ୍ତାରେ ଗୋରୁ ବୋଝେଇ ଏକ ଡାଲା ଅଟୋ ଗାଡି ଯାଉଥିବା ବେଳେ ସ୍ଥାନୀୟ  ‌‌‌‌‌‌‌‌‌ହିିନ୍ଦୁୁସଂଗଠନ  ‌‌    ସଦସ୍ୟ ମାନେ ଖବର ପାଇ ଗାଡିଟିକୁ ଅଟକାଇ  ଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଅଟକାଇ  ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଂଚଳର ଅପସରା ନାୟକଙ୍କ ଉକ୍ତ ଗାଡ଼ିରେ ତାଙ୍କ ଝିଆରୀ ଘରକୁ ଗାଈ ଗୁଡ଼ିକ ନେଇଥିବାର କହିବାରୁ ପୋଲିସ ଛାଡ଼ି ଥିବାର କଥା ସୂଚନା ମିଳିଛି। କିନ୍ତୁ ଗାଈମାନଙ୍କୁ ଅସ୍ବାଭାବିକ ପରିସ୍ଥିତିରେ ନେଉଥିବାରୁ ଏକ ମାମଲା ରୁଜୁ କରାଯିବ ବୋଲି ଆଇଆଇସି  ପ୍ରଜ୍ଞା   ରିତମ୍ଭରା କର ଜଣାଇଛନ୍ତି।
Nalco

Leave A Reply