Odisha news

ଜିପିଏସ୍ ଧରାଇଲା ଲୁଟେରା

0

ନିମାପଡ଼ା :  ଜଣେ ଲୁଟେରା କୁ  ପୋଲିସ୍ ଜିପିଏସ୍ ମାଧ୍ୟମରେ ଧରିବାରେ ସକ୍ଷମ ହୋଇଛି। ପ୍ରକାଶ ଯେ, ନିମାପଡ଼ା ଥାନା ଡେଣୁଅଁ ଆଳିପିଙ୍ଗଳ ଶାସନ ଗ୍ରାମର ସରୋଜିନୀ ନନ୍ଦ (୫୫) ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ଗତ ସୋମବାର ସନ୍ଧ୍ୟା ୮ଟା ସମୟରେ ଭୁବନେଶ୍ୱରରୁ ଆସି ନିମାପଡ଼ା ବଜାରରେ ରଖିଥିବା ସାଇକେଲ ଧରି ଘରକୁ ଯିବା ବେଳେ ନାକଡିହ ଠାରେ ଜଣେ ଯୁବକ ବାଇକରେ ଆସି ମହିଳାଙ୍କୁ ଧକ୍କା ଦେଇ ସେ ହାତରେ ଧରିଥିବା ଲାପଟପ୍ ବ୍ୟାଗ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା। ଲାପଟପରେ ଜିପିଏସ୍ ସଂଯୋଗ ରହିଥିଲା।ସରୋଜିନୀ ନିମାପଡ଼ା ଥାନାରେ ଲୁଟ ସଂପର୍କରେ ଅଭିଯୋଗ କରିବାରୁ ପୁଲିସ୍ ଜିପିଏସ ଟ୍ରାକ କରି ବାଲିପାଟଣା ଥାନା ଗୁଆପୁର ମଝିଘରା ଗ୍ରାମରେ ଯାଇ ପହଞ୍ଚି ଚୋର ସାଗର ଦାସ ଘରେ ରେଡ କରିଥିଲା। ତା ଘରୁ ପୁଲିସ୍ ଚୋରି ହୋଇଥିବା ଲାପଟପ୍ ସହିତ ଗୋଟିଏ ବାଇକ ଜବତ କରି ଆଣିଥିଲା ।ଚୋର ସାଗର ଘରେ ନଥିବାରୁ ଥାନରେ ପହଞ୍ଚିବାକୁ ପୁଲିସ୍ ପରିବାର ଲୋକଙ୍କୁ କହି ଆସିଥିଲା । ଆଜି ଚୋର ସାଗର ଥାନାରେ ହଜାର ହେବାରୁ ପୁଲିସ ଏକ ମାମଲା ରୁଜୁ କରି ସାଗରକୁ ଗିରଫ କରିଛି । ବୁଧବାର ଚୋରକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ଖାଲି ସାଗର ନା ଏକ ରାକେଟ ରହିଛି ପୁଲିସ୍ ତାକୁ ପଚରା ଉଚରା ଚଳାଇଛି।

Leave A Reply