ନିମାପଡା :ନିମାପଡା ଥାନା ଧଳେଶ୍ୱର ପଂଚାୟତ କୋପିନ୍ଦା ଗ୍ରାମର ଜନୈକା ମହିଳଙ୍କୁ ଯୈ÷ାତୁକ ଦାବୀ କରି ତାର ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ପ୍ରକାଶ ଯେ,ଗତ ୭ବର୍ଷ ତଳେ ଉକ୍ତ ଗ୍ରାମର ମନୋଜ ମାଝୀ ଚାରୁଲତାଙ୍କୁ ବିବାହ କରିଥିଲେ ।ବିବାହର କିଛିଦିନ ପରେ ବାପ ଘରୁ ଅଧିକ ଯୈ÷ାତୁକ ଆଣିବା ପାଇଁ ଶାଶୁ କୁନିଲତା,ଶଶୁର ଉଦୟ ଓ ସ୍ୱାମୀ ମିଶି ଚାରୁଲତାଙ୍କୁ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ।
ଏପରିକି ସ୍ୱାମୀ ମନୋଜ ଚାରୁଲତାଙ୍କ ଅଜାଣତରେ କୋଣାର୍କ ଅଂଚଳରେ ଦ୍ୱିତୀୟ ବିବାହ କରି ଭଡାଘର କରି ରହିଆସୁଥିଲେ ।ଗତ ସୋମବାର ଦିନ ମନୋଜ କୋପିନ୍ଦା ଗ୍ରାମରେ ପଂହଚି ପ୍ରଥମ ପତ୍ନୀ ଚାରୁଲତାଙ୍କୁ ମାଡ ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।ଚାରୁଲତା ଏସଂପର୍କରେ ନିମାପଡା ଥାନାରେ ଅଭିଯୋଗ କରିବାରୁ ଅଭିଯୋଗକୁ ଭିତି କରି ପୁଲିସ ତାଙ୍କ ଶାଶୁ,ଶଶୁର ଓ ସ୍ୱାମୀଙ୍କ ନାଁରେ ଏକ ମାମଲା ରୁଜୁ କରିବା ସହିତ ସ୍ୱାମୀ ମନୋଜକୁ ଗିରଫ କରିଛି ।ଚାରୁଲତା ତାଙ୍କର ଦୁଇ ସନ୍ତାନକୁ ଧରି ବାପଘରକୁ ଚାଲିଯାଇଥିବା ଜଣାପଡିଛି ।