ନିମାପଡା :ଆଜି ଅପରାହ୍ନରରେ ନିମାପଡା-କୋଣାର୍କ ରାସ୍ତାର ଧିରପୁର ଛକ ନିକଟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା କର୍ମଚାରୀଙ୍କୁ ୩ଜଣ ଦୁର୍ବୁତ ଅଟକାଇ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୧୧ ହଜାର ଟଙ୍କା ଲୁଟିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ପ୍ରକାଶ ଯେ,ସତ୍ୟା ମାଇକ୍ରୋ କ୍ୟାପିଟାଲ ଲିମିଟେଡ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ମହିଳା କର୍ମଚାରୀ ପ୍ରଭାତୀ ସ୍ୱାଇଁ ଗୋପ ଅଂଚଳରୁ ସଂସ୍ଥାର ଟଙ୍କା ଆଦାୟ କରି ଅପରାହ୍ନରେ ଏକ ସ୍କୁଟିରେ ନିମାପଡା ଫେରୁଥିଲେ ।
ଧିରପୁର ଛକ ନିକଟରେ ୩ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ ।ଟଙ୍କା ଦେବାକୁ ମନା କରିବାରୁ ସେମାନେ ପ୍ରଭାତୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୧ହଜାର ଟଙ୍କା ଛଡାଇ ନେଇ ଫେରାର ହୋଇ ଯାଇଥିଲେ ।ଏସଂପର୍କରେ ପ୍ରଭତୀ ନିମାପଡା ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ ଚଳାଇଛି ।