Odisha news

ନେଗେଟିଭ ଥଟ୍ସ କାହିଁକି ଆସିଥାଏ ? କିପରି ରଖିବେ ନିଜକୁ ଏଥିରୁ ଦୁରେଇ

0

ମସ୍ତିଷ୍କ ହେଉଛି ମଣିଷର ସବୁଠୁ ଗୁରୁତ୍ୱପୂର୍ଣ ଅଙ୍ଗ, ମସ୍ତିଷ୍କ ର ଇଙ୍ଗିତ ରେ ଶରୀର ନିଜର କାର୍ଯ୍ୟ କରିଥାଏ, କିନ୍ତୁ ଭାବିଲେ ଦେଖି ଥରେ ଯଦି ମସ୍ତିଷ୍କ ଅକାମି ହୋଇଯାଏ ତେବେ ଏହା ଶରୀର ପାଇଁ ଖୁବ ଭୟଙ୍କର ସ୍ତିତି ହୋଇଥାଏ l କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ରେ ଏହା ଅସମ୍ଭବ ହୋଇ ପଡିଛି, କାହିଁକିନା ପ୍ରତ୍ୟେକ ବ୍ୟକ୍ତି କିଛିନା କିଛି ମାନସିକ ଚାପରେ ପୀଡିତ ହେଉଛନ୍ତି ଏବଂ ଏହା ମସ୍ତିଷ୍କ କୁ ନେଗେଟିଭ ଥଟ୍ସ ଆଡକୁ ଟାଣି ନେଉଛି l ଏବଂ ଏହା ମଣିଷର ରୋଗ ଗ୍ରସ୍ଥର କାରଣ ହେଉଛି l ସର୍ବ ପ୍ରଥମେ ଜାଣିବା ନେଗେଟିଭସ୍ କାହିଁକି ଆସିଥାଏ?

ନେଗେଟିଭ ଥଟ୍ସ କାହିଁକି ଆସିଥାଏ ?
ନେଗେଟିଭସ୍ ଥଟ୍ସ ଅଧିକାଂଶ କାରଣରୁ ଆସିଥାଏ, କାମର ଚାପ, ବ୍ୟକ୍ତିଗତ ସମସ୍ୟା, ସାମାଜିକ ପରିସ୍ଥିତି କିମ୍ବା ଅତୀତର କିଛି କଷ୍ଟ ଦାୟକ କଥା l ଯେତେବେଳେ ଆମେ କାମ ର ପ୍ରେସର କୁ ଅନୁଭବ କରିଥାଉ ସେତେବେଳେ ମସ୍ତିଷ୍କ ଚିନ୍ତାଗ୍ରସ୍ତ ହୋଇଯାଇ ଥାଏ ଏବଂ ସେତେବେଳେ  ମନରେ ନେଗେଟିଭସ୍ ଥଟ୍ସ ଆସିଥାଏ l ଏବଂ ସେହି ସମୟରେ ନିଜ ପରିବାର ଓ ବନ୍ଧୁବାନ୍ଧବ ଙ୍କ ଚିନ୍ତା ମଧ୍ୟ ମନକୁ ଭାରାକ୍ରାନ୍ତ କରିଦେଇ ଥାଏ l

– ନେଗେଟିଭସ୍ ଥଟ୍ସ ର ଅନ୍ୟ କାରଣ ଗୁଡିକ ହେଉଛି –
– କାହା ସହିତ ଝଗଡା କରିବା
– ନିଜେ ବ୍ୟକ୍ତି ସଟ ଟେମ୍ପର ହେବା
– ଅତ୍ୟଧିକ ଇମୋସନାଲ ହେବା

ନେଗେଟିଭସ୍ ଥଟ୍ସ କୁ ଦୂରେଇବାର ଉପାୟ –
– ମନକୁ ଶାନ୍ତ ରଖିବା ଜରୁରୀ
– ନିୟମିତ ମେଡିଟେସନ କରିବା
– ନିଜକୁ ବ୍ୟସ୍ତ ରଖିବା ପାଇଁ କିଛିଟା ଫିଜିକାଲ ଆକ୍ଟିଭିଟି କରିବା
– ଭଲ ନିଦ୍ରାରେ ଶୋଇବା
– ନିଜର ଛୋଟ ଛୋଟ ଖୁସିକୁ ଜଗବl
– ପର ପର ଆଲୋଚନାରେ ସମୟ ବ୍ୟର୍ଥ କରନ୍ତୁ ନାହିଁ

Leave A Reply