ଶାରଦୀୟ ନବରାତ୍ରି ଅକ୍ଟୋବର ୧୫ ତାରିଖ ଠାରୁ ଆରମ୍ଭ ହୋଇ ସାରିଛି l ଏହି ସମୟ ରେ ମା ଜଗତଜନନୀଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚନା କରାଯାଉଛି l ନାଲି ରଙ୍ଗର ମା ଦୁର୍ଗା ଙ୍କ ସହିତ ଗଭୀର ସମ୍ପର୍କ ରହିଛି l ସେହି ନାଲି ରଙ୍ଗ ମଧ୍ୟରୁ ଗୋଟିଏ ଜିନିଷ ହେଉଛି ସିନ୍ଦୁର ଏବଂ ଅନ୍ୟଟି ହେଉଛି କୁଙ୍କୁମ l ମାନ୍ୟତା ରହିଛି ଯେ ନବରାତ୍ରି ରେ କୁଙ୍କୁମ କୁ ନେଇ କିଛିଟା ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l
* ପ୍ରତ୍ୟେକ ନାରୀ ସର୍ବଦା ସୌଭାଗ୍ୟଶାଳୀ ରହିବାକୁ ଚାହିଁ ଥାଆନ୍ତି ଏବଂ ପୁରୁଷ ଭାଗ୍ୟାଶାଳୀ l ତେଣୁ ନବରାତ୍ରି ସମୟରେ ଏହା ମାଙ୍କ ଆଶୀର୍ବାଦ ରେ ସମ୍ଭବ ହୋଇଥାଏ l ତେଣୁ ଏହି ନବରାତ୍ରି ସମୟରେ ମାଙ୍କ ସମୁଖରେ ଗୋଟିଏ ପିତଳ ଗିନା ରେ ସିନ୍ଦୁର ଓ ଆଉ ଗୋଟିକ ରେ କୁଙ୍କୁମ ରଖି ଦିଅନ୍ତୁ l ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ଏହି ୨ ଟି ଗିନା ଏଠାରେ ରହିବା ଜରୁରୀ l ୯ ଦିନ ପରେ ୨୧ ଦିନ ପର୍ଯ୍ୟନ୍ତ ଦୀପାବଳୀ ଯାଏଁ ପୁରୁଷ ମାନେ କୁଙ୍କୁମ ରେ ଓ ନାରୀ ମାନେ ସିନ୍ଦୁର ରେ ତିଳକ ଲଗାଇବା ଦ୍ୱାରା ଜୀବନ ର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l
* ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ଘରେ ଅଖଣ୍ଡ ଦୀପ ଜଳାଇବା ଜରୁରୀ l ଯାହାକି ଘରର ନକାରାତ୍ମକ ଶକ୍ତି କୁ ଦୂର କରିଥାଏ l ଅଖଣ୍ଡ ଦୀପ ର ପ୍ରଭାବ ଦ୍ୱାରା ଘରୁ ରୋଗ, ଶୋକ , କ୍ଳେଶ ଓ ଭୟ ର ବିନାଶ ହୋଇଥାଏ l
* ନବରାତ୍ରି ରେ ମାଙ୍କ ନିକଟ ରେ ପୂଜା କରିବା ସମୟ ରେ ସର୍ବଦା ମାଙ୍କୁ ଧ୍ୟନ ର ସହ ପୂଜା କରିବା ଆବଶ୍ୟକ l ଏହି ଧ୍ୟାନ କରିବା ବେଳେ ” ଯା ଦେବୀ ସର୍ବଭୂତେଷୁ ଲକ୍ଷ୍ମୀ ରୁପେଣ ସଂସ୍ଥିତାମ୍ , ଯାଦେବୀ ସର୍ବଭୂତେଷୁ ବୁଦ୍ଧି ରୂପେଣ ସଂସ୍ଥିତାମ୍ , ଯା ଦେବୀ ସର୍ବଭୂତେଷୁ ବାଣୀ ରୁପେଣ ସଂସ୍ଥିତାମ୍ ” l ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ୧୧,୨୧,୩୧,୫୧, କିମ୍ବା ୧୦୮ ଥର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ର ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ l
* ଜୀବନ ରେ ସୁଖ ଓ ସମୃଦ୍ଧି ପାଇଁ ନବରାତ୍ରି ସମୟ ରେ ମାଙ୍କ ନିକଟ ରେ ପ୍ରତିଦିନ ନାଲି ମନ୍ଦାର ଅର୍ପଣ କରନ୍ତୁ l ଏହା ସମୃଦ୍ଧି ଓ ସୁଖ ଶାନ୍ତି ର ପ୍ରତିକ ହୋଇଥାଏ l