Odisha news

ଗାଁ ପାଇଁ ଗୋଟିଏ ଦିନ, ପୁଷ୍କରିଣୀ ହେଲା ଚକମକ 

0
ନାଉଗାଁ : ଗାଁ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ ରେ ଚାଲିଥିବା ବେଳେ ଆଜି ତୃତୀୟ ଦିନରେ ଦେଖିବାକୁ ମିଳିଛି ପୁଷ୍କରିଣୀ ଚକମକ | | ଏହି ପଞ୍ଚାୟତ ର ଘୋଡାଂଶ ରାଜସ୍ୱ ଗ୍ରାମରେ ଥିବା ନୂଆ ପୋଖରି ରୂପେ ପରିଚିତ ବିରାଟକାୟ ପୁଷ୍କରିଣୀ କୁ ଆଜି ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଗ୍ରାମର ଯୁବକ ମାନଙ୍କୁ ଧରି ସଫା କରିଥିବା ଦେଖିବାକୁ ମିଳିଥିଲା | ବାସୁଦେବ ଉଚ୍ଚ ବିଦ୍ୟାଳୟ  , ପଞ୍ଚାୟତ ଗୃହ ଆଦି ମଧ୍ଯ ସଫା କରାଯାଇଛି | ପଞ୍ଚାୟତକୁ  ସ୍ଵଚ୍ଛ ଓ ନିର୍ମଳ କରିବା ସହ ପ୍ରତେକ ଗ୍ରାମରେ ଏକ ଜାଗରଣ ସୃଷ୍ଟି କରିବା ପାଇଁ ସରପଞ୍ଚ ଙ୍କ ନିଆରା ପ୍ରୟାସ କୁ ସବୁ ମହଲ ରୁ ଭବ୍ୟ ସ୍ଵାଗତ କରାଯାଉଛି  | ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ  ଚାନ୍ଦଖାପାଟଣା ଓ ହରିପୁର ପରେ ଆଜି ଦିତୀୟ ଦିନରେ  ଓଡ଼ପଏଙ୍ଗା ରାଜସ୍ୱ ଗ୍ରାମ ର ମନ୍ଦିର , ବିଦ୍ୟାଳୟ , ରାସ୍ତା , ଗାଁ ଦାଣ୍ଡ ଓ ଅରମା ବଣ କୁ ସଫା କରାଯାଇଥିବା ବେଳେ ତୃତୀୟ ଦିନରେ ଘୋଡାଂଶ ମୁଖ୍ୟ ରାଜସ୍ୱ ଗ୍ରାମ ର ସ୍ଵଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା | ଏଭଳି ନିଆରା ଢଙ୍ଗରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ ର ସରପଞ୍ଚଙ୍କ ନିଜସ୍ଵ ଉଦ୍ୟମରେ ନିଜ ପଞ୍ଚାୟତ ରେ ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ  ପଞ୍ଚାୟତର ଏମବିକେ , ସିଆରପି , କୃଷିମିତ୍ର , ପ୍ରାଣୀମିତ୍ର ଓ ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀ ର ମା ମାନେ ଆସି ଯୋଗ ଦେଇ ସହଯୋଗର ହାତ ବଢାଇ ଥିବା ଦେଖିବାକୁ ମିଳିଛି |  ଲୋକମାନେ ଏହି କାର୍ଯ୍ୟକ୍ରମରେ ସ୍ଵତଃସ୍ପୃତ ଭାବେ ସାମିଲ ହେଉଥିବା ବେଳେ ଆଜି ଘୋଡ଼ାଂଶ ଗ୍ରାମର ଯୁବକ ମାନେ ସ୍ୱତଃପ୍ରବୃତ୍ତ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ବର୍ଷା ଦିନରେ ବିଭିନ୍ନ ଜାଗାରେ ପାଣି ଜମିଥିବା ବେଳେ ସରପଞ୍ଚଙ୍କ ସହ ଗ୍ରାମର ମା ମାନେ ଆଉ ଯୁବକ ମାନେ ଆସି ଗ୍ରାମର ବଣବୁଦା ସଫା କରିବା , ପାଣି ଭର୍ତି ପୁଷ୍କରିଣୀ ରୁ ଦଳ କାଢ଼ିବା କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହାକୁ ସବୁ ମହଲରୁ ପ୍ରସଂଶା କରାଯାଉଛି |
Nalco

Leave A Reply