Odisha news

ବରିଷ୍ଠ କିରାଣୀ ରମେଶ ଦାସଙ୍କ ବିୟୋଗ

0
ନାଉଗାଁ :  ନାଉଗାଁ ଶ୍ରି ଜଗନ୍ନାଥ ମହାବିଦ୍ୟାଳୟର ବରିଷ୍ଠ କିରାଣୀ ରମେଶ ଦାସ ଙ୍କର ଆଜି ସକାଳେ ତାଙ୍କ ପୈତୃକ ବାସ ଭବନ ମୁଗେଇ ରେ ପରଲୋକ ଘଟିଛି | ରମେଶ ପତିଆ ଭାଇ ରୂପେ ସମସ୍ତଙ୍କର ଜଣାଶୁଣା ଥିଲେ | ସେ ଦୁଇଦିନ ଧରି ଜ୍ଵର ଓ ଝାଡ଼ା ରୋଗରେ ଆକ୍ରାନ୍ତ ଥିବାବେଳେ ଆଜି ଭୋର ସକାଳୁ ହଠାତ ଗୁରୁତର ହୋଇ ପଡିଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ | ତାଙ୍କ ଅକାଳ ବିୟୋଗ ଖବର ଶୁଣି ଅନେକ ଲୋକ ତାଙ୍କୁ ଶେଷ ଦର୍ଶନ ପାଇଁ ଛୁଟି ଆସିଥିଲେ | ତାଙ୍କ ମର ଶରିର କୁ ତାଙ୍କ କର୍ମଭୂମି ଶ୍ରି ଜଗନ୍ନାଥ ମହାବିଦ୍ୟାଳୟ ପରିସର କୁ ନିଆଯାଇଥିଲା | ସେଠାରେ ମହାବିଦ୍ୟାଳୟ ର ଛାତଛାତ୍ରୀ ଓ କର୍ମଚାରୀ ତାଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଥିଲେ | ତାଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ଆଖପାଖ ଅଞ୍ଚଳ ବୁଲା ଯାଇଥିବା ବେଳେ ଏହି ଶୋଭାଯାତ୍ରାରେ ବିଧାୟକ ଅମରେନ୍ଦ୍ର ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ | ତାଙ୍କ ବିୟୋଗରେ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ , ସମିତି ସଭ୍ଯ ତରୁଣକାନ୍ତ ବାରିକ ଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି

Leave A Reply