ବଲିଉଡ କଳାକାର ନାସିରୁଧିନ ସାହା ଙ୍କ ବୟସ ୭୩ ବର୍ଷ ଅଟେ, କିଛି ସମୟ ପୂର୍ବରୁ ଜଣାପଡିଛି ଯେ ସେ ଓନୋମେଟୋମେନିୟା ନାମକ ରୋଗରେ ପୀଡିତ ଅଟନ୍ତି l ଏହି ରୋଗରେ ଗ୍ରାସିତ ବ୍ୟକ୍ତି ଅଧିକ ବିବ୍ରତ ହୋଇଥାଏ ଏବଂ ଗୋଟିଏ ଶବ୍ଦ କୁ ବାରମ୍ବାର ଉଚ୍ଚାରଣ କରିଥାଏ l ବିନା କୌଣସି କାରଣ ରେ ମଧ୍ୟ ଗୋଟିଏ ଶବ୍ଦ କୁ ବାରମ୍ବାର ଉଚ୍ଚାରଣ କରିଥାଏ l

ଓନୋମେଟୋମେନିୟା କେଉଁ ପ୍ରକାରର ରୋଗ ? –
ଓନୋମେଟୋମେନିୟା ରୋଗରେ ପୀଡିତ ବ୍ୟକ୍ତିଙ୍କୁ କୌଣସି ଶବ୍ଦ କୁ ଖୁବ ଅଧିକ ଭଲ ପାଇ ବସିଲେ କୁହନ୍ତି କିମ୍ବା କୌଣସି ଶବ୍ଦ କୁ ଭୟ ମଧ୍ୟ କରନ୍ତି l ଏବଂ ଏହି ଶବ୍ଦ ଟି ବ୍ୟକ୍ତିର ମସ୍ତିଷ୍କ ରେ ଏଭଳି ହାବି ହୋଇଯାଏ ଯେ ସେ କିଛି ଅଧିକ ଭାବିବା ପାଇଁ ମଧ୍ୟ ଚିନ୍ତା କରି ନଥାଏ l ବିଶେଷ ଭାବରେ ଏହି ରୋଗରେ କ୍ରିଏଟିଭ ଲୋକ ମାନେ ପୀଡିତ ହୋଇ ଥାଆନ୍ତି l ଯେପରିକି କବି, ଲେଖକ, କଳାକାର ଇତ୍ୟାଦି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏହା ବ୍ୟକ୍ତିର ୱର୍କିଙ୍ଗ କାପାସିଟି ଉପରେ ପଡିଥାଏ l

ଓନୋମେଟୋମେନିୟା କଣ ରହିଛି ଲକ୍ଷଣ –
– ଗୋଟିଏ ଶବ୍ଦ ବା ବାକ୍ୟ କୁ ବାରମ୍ବାର କହିବା l
– ଗଭୀର ନିଦ୍ରା ସମୟରେ ମଧ୍ୟ ସେହି ବାକ୍ୟ କୁ ବାରମ୍ବାର ଦୋହରାଇବା l
– କେବଳ ଗୋଟିଏ ଶବ୍ଦ ନୁହେଁ କୌଣସି ଵାକୟା କୁ ମଧ୍ୟ କହିବା l
– ଏବଂ ନିର୍ଦ୍ଧିଷ୍ଟ ଶବ୍ଦ କୁ ବାରମ୍ବାର କରିବା ସମୟ ରେ ନିଦ ଉଡ଼ିଯିବା କିମ୍ବା ବିବ୍ରତ ଲାଗିବା l
– ଦିନଚର୍ଯ୍ୟା ମଧ୍ୟ ପ୍ରଭାବିତ ହୋଇଥାଏ l

ଓନୋମେଟୋମେନିୟା ର କଣ ରହିଛି ଚିକିତ୍ସା –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏହି ରୋଗ ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ କିମ୍ବା ଚିକିତ୍ସା ନାହିଁ l ଯଦି ଏହାର ଲକ୍ଷଣ ଜଣା ପଡୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l କେବଳ ଗମ୍ଭୀର ସ୍ଥିତିରେ ଏହାର କିଛିଟା ଚିକିତ୍ସା ସମ୍ଭବ ହୋଇଥାଏ l