Odisha news

ନନ୍ଦନକାନନ ରେ ୱାଲାବି ଅସୁସ୍ଥ 

0
ବାରଙ୍ଗ : ମଙ୍ଗଳବାର ଦିନ  ପ୍ରାଣିଉଦ୍ୟାନ ନନ୍ଦନକାନନରେ ପୁଣି ଏକ ଅଣ୍ଡିରା ୱାଲାବି ଅସୁସ୍ଥ ହୋଇଛି ।ଗତକିଛିଦିନହେବ ୱାଲାବିଟି ଖାଇବା କମାଇଦେଇଛି ।ଯାହାକୁନେଇ ଜନ୍ତୁବିଭାଗରେ ଚିନ୍ତାବଢିଯାଇଛି ।ଏଠାକାରଡାକ୍ତରମାନେ ତାର ଚିକିସ୍‌ାଆରମ୍ଭ କରିଥିଲେ ସୁଦ୍ଧା ୱାଲାବିର ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଯେ , ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖ ଦିନ ଗୋଟିଏ  ଅଣ୍ଡିରା ୱାଲାବି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା । ୱାଲାବିଟିକୁ ବାଧ୍ୟହୋଇ  ପରିସରରେ ଥିବା ଚିକିତ୍ସାଳୟ କୁ ଅଣାଯାଇ ସାଲାଇନି ଲଗାଯାଇଥିଲା ।ଏହାସହ ତାର ରକ୍ତନମୁନା ସଂଗ୍ରହ କରାଯାଇ ଓୟୁଏଟିକୁ ପରୀକ୍ଷାପାଇଁ ପଠାଯାଇଥିଲା ।  କିନ୍ତୁ ଏଠାରେ ବଞ୍ଚେଇପାରିଲେନି ଡାକ୍ତର। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ମାର୍ଚ୍ଚ ୧୧ ତାରିଖ ରେ  ମୃତ୍ୟୁ ହୋଇଥିଲା ।
Nalco

Leave A Reply