Odisha news

ନନ୍ଦନକାନନରେ କେନ୍ଦ୍ରିୟ ଟିମ୍ ଖୁଆଡ ବୁଲିଲେ , ସ୍ଥିତି ପରକ୍ଷିଲେ

0

ବାରଙ୍ଗ, ନନ୍ଦନକାନନରେ ଦୁଇଦିନିଆ ଗ୍ରସ୍ଥରେ ଆସିଛନ୍ତି କେନ୍ଦ୍ରିୟ ଟିମ୍ । ଏହି ଟିମରେ ଦୁଇଜଣିଆ ପ୍ରତିନିଧି ଦଳ ନନ୍ଦନକାନନର ବିଭିନ୍ନ ଜନ୍ତୁ ଖୁଆଡ ବୁଲିବା ସହିତ ପ୍ରାଣୀଚିକିତ୍ସା ଳୟ ବୁଲିଲେ । କିଭଳି ଜନ୍ତୁମାନଙ୍କୁ ରକ୍ଷଣାବେକ୍ଷଣ କରାଯାଉଛି ଓ ତାଙ୍କର ଚିକିତ୍ସା କରାଯାଉଛି ସେ କଥାକୁ ମଧ୍ୟ ଟିକ୍ନିକ୍ ପରକ୍ଷିଛନ୍ତି ଏହି ପ୍ରତିନିଧି ଦଳ । ତେବେ ଏହି ଦଳ ଦୁଇଦିନ ରହଣି ଭିତରେ ନନ୍ଦନକାନନର ବ୍ୟବସ୍ଥା ଓ ଅବ୍ୟବସ୍ଥା ସର୍ମ୍ପକରେ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଜଣାପଡିଛି । ଆଗାମୀ ଦିନରେ କିଭଳି ପ୍ରାଣୀଉଦ୍ୟାନକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ତାସହିତ ଆଉ କେଉଁ କାର୍ଯ୍ୟକଲେ ନନ୍ଦନକାନନରେ ବିଶ୍ୱରେ ଏକ ନମ୍ବର ହୋଇପାରିବ ସେନେଇ ଆଲୋଚନା କରିବାର ଯୋଜନା ରହିଛି । ସୁଚନା ଯୋଗ୍ୟ ଯେ, ପ୍ରତି ଦୁଇ ବର୍ଷରେ ଥରେ କେନ୍ଦ୍ରିୟ ଟିମ ବିଭିନ୍ନ ଚିଡିଆଖାନା ଅନୁଧ୍ୟାନ କରିଥାନ୍ତି । ସିଜେଡ୍ ର ଗାଇଡ୍ଲାଇନ ଆଧାରରେ ହେଉଥିବା ପରିଚାଳନାକୁ ତନ୍ ତନ୍ କରି ଅନୁଧ୍ୟାନ କରିଥାନ୍ତି । ଭାରତରେ ସବୁ ଚିଡିଆକାନାକୁ ଅନୁଧ୍ୟାନ କରିବା ପରେ ସିଜେଡ୍ କର୍ତ୍ତୁପକ୍ଷଙ୍କୁ ଏହି ଟିମ୍ ରିପୋର୍ଟ ଦେଇଥାନ୍ତି । ଏହି ରିପୋର୍ଟ ଆଧାରରେ ଚିଡିଆଖାନାମାନଙ୍କ ମଧ୍ୟରେ ବଡ ସାନ ରେ ଶ୍ରେଣୀଭୁକ୍ତ କରି ଦୁଇବର୍ଷ ଚାଲିବା ପାଇଁ ଦେଇଥାନ୍ତି ଅନୁମତି । ଗତ ଦୁଇବର୍ଷ ତଳର ରିପୋର୍ଟ ଅନୁସାରେ ନନ୍ଦନକାନନ ଭାରତର ୨ୟ ବୃହତ ଚିଡିଆଖାନା ମାନ୍ୟତାର ସିକୃତିକୁ ବଯ୍ୟାୟ ରଖିଛି । ତେବେ ଏହି ଆଧାରରେ ଡଃ ଏ କେ ମାଲୋହୋତ୍ରା ଓ ପ୍ରଦିପ କୁମାର କୁ ନେଇ ଗଠିତ ଦୁଇ ଜଣିଆ କେନ୍ଦ୍ରିୟ ଟିମ ବୁଧବାର ଦିନ ପହଁଚି । ନନ୍ଦନକାନନର ସଭାଗୃହରେ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ବାଘ , ସିଂହ ଆଦି ଖୁଆଡ ଅନୁଧ୍ୟାନ କରିବା ସହ ପଶୁଚିକିତ୍ସାଳୟ ବୁଲି ସ୍ଥିତିପରକ୍ଷି ଥିବା ଜଣାପଡିଛି ।

Leave A Reply