Odisha news

ଭାରତ ବର୍ଷର ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନା ବିଏସକେୱାଇ ନବୀନ ହେଲଥ କାର୍ଡ

0

ଭୁୁବନେଶ୍ୱର, ୧୯/୦୫/୨୦୨୪:  ନିକଟରେ ପ୍ରକାଶ କରା ଯାଇଥିବା ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଭାବେ ଦିଆ ଯାଇଥିବା ୨୪ଟି ଗ୍ୟାରେଣ୍ଟି ମଧ୍ୟରୁ ପନ୍ଦର ନମ୍ବର ଗ୍ୟାରେଣ୍ଟି ହେଉଛି ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି କ୍ଷ ଏହି ଗ୍ୟାରେଣ୍ଟି ଦେବା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ପ୍ରାୟ ଶାଢେ ତିନି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଉଥିଲା କ୍ଷ ଏବେ ଏହାର ପରିଧିକୁ ବୃଦ୍ଧି କରି ରାଜ୍ୟର ସମସ୍ତ ନାଗରିକଙ୍କୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରା ଯାଇଛି କ୍ଷ ଉଲ୍ଲେଖଯୋଗ୍ୟ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ଭାରତର କୌଣସି ରାଜ୍ୟରେ ଏ ପର୍ୟ୍ୟନ୍ତ କରାଯାଇ ନାହିଁ କ୍ଷ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୭୦୦ଟି ଘରୋଇ ହସ୍ପିଟାଲରେ ଏହି କାର୍ଡ ମାଧ୍ୟମରେ ନିଶୁଳ୍କ ଚିକିତ୍ସା ବ୍ୟବସ୍ଥା ଥିଲା ଯାହାକୁ ଏବେ ୯୦୦ ହସ୍ପିଟାଲକୁ ବୃଦ୍ଧି କରାଯିବ କ୍ଷ ଆୟୁଷ୍ମାନ ଯୋଜନାରେ ପରିବାର ପାଇଁ ପାଞ୍ଚ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଥିବା ବେଳେ ବିଏସକେୱାଇ ମାଧ୍ୟମରେ ପ୍ରତି ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ପାଞ୍ଚ ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ଦଶ ଲକ୍ଷ ଟଙ୍କାର ଚିକିତ୍ସା ବ୍ୟବସ୍ଥା ରହିଛି କ୍ଷ ଆୟୁଷ୍ମାନ ଯୋଜନାରେ ୧୯୪୯ଟି ପ୍ୟାକେଜ ରହିଥିବା ବେଳେ ବିଏସକେୱାଇରେ ୨୦୭୧ଟି ପ୍ୟାକେଜ ରହିଛି କ୍ଷ ସେହିପରି, ଆୟୁଷ୍ମାନ ଯୋଜନାରେ କେବଳ ଇଣ୍ଡୋର ଚିକିତ୍ସା ସୁବିଧା ରହିଥିବା ବେଳେ ବିଏସକେୱାଇ ମାଧ୍ୟମରେ ଉଭୟ ଇଣ୍ଡୋର ଓ ଆଉଟଡୋର ଚିକିତ୍ସା ସୁବିଧା ରହିଛି କ୍ଷ ଏହି ପରିପ୍ରେକ୍ଷୀରେ, ଆମେ ନିଶ୍ଚିତରେ କହିପାରିବା ଯେ ସମସ୍ତ ଦିଗରୁ ବିଏସକେୱାଇ ଆୟୁଷ୍ମାନ ଯୋଜନା ଠାରୁ ଉତ୍କୃଷ୍ଟ କ୍ଷ ତେଣୁ ବିଜେପିର ନେତା ମାନଙ୍କ ଦ୍ୱାରା ବିଏସକେୱାଇ କାର୍ଡ଼ର ଉପାଦେୟତା ଉପରେ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ l ଏହା ବ୍ୟତୀତ, ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନବୀନ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ରାଜ୍ୟର ସ୍ୱାସ୍ଥ୍ୟ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଓ ଆଜି ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ ସ୍ଥିତିରେ ପହଞ୍ଚି ପାରିଛି କ୍ଷ କେନ୍ଦ୍ର ସମୁଦାୟ ବଜେଟର ସ୍ୱାସ୍ଥ୍ୟ କ୍ଷେତ୍ରର ବଜେଟ ମାତ୍ର ୩ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାରେ ଏହା ୮ ପ୍ରତିଶତ ରହିଛି କ୍ଷ ସେହିପରି ଟୀକାକରଣ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଜାତୀୟ ହାର ଠାରୁ ଅଧିକ ରହିଛି କ୍ଷ କୁପୋଷଣ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ପୂର୍ବରୁ ଉଦବେଗଜନକ ଥିଲା କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହା ଦ୍ରୁତ ହ୍ରାସ ପାଇଛି ଓ ଏହି ହ୍ରାସ ଦର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ସର୍ବଶ୍ରେଷ୍ଠ ରହିଛି କ୍ଷ ସେହିପରି ଓଡ଼ିଶାର ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାତରେ ଦ୍ରୁତ ହ୍ରାସ ଘଟି ଏବେ ସନ୍ତୋଷ ଜନକ ସ୍ଥିତିରେ ରହିଛି କ୍ଷ ଗର୍ଭବତୀ ମହିଳା ମାନଙ୍କ ହସ୍ପିଟାଲରେ ପ୍ରସବ ସଂଖ୍ୟା ମଧ୍ୟ ୯୨ ପ୍ରତିଶତକୁ ବୃଦ୍ଧି ପାଇଛି କ୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଦିଆ ଯାଇଥିବା ଏକ ରିପୋର୍ଟରୁ ଜଣା ଯାଇଛି ଯେ ୨୦୧୫ ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ମ୍ୟାଲେରିଆରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ପ୍ରାୟ ଅଶୀ ପ୍ରତିଶତ ହ୍ରାସ ପାଇଛି l ଓଡ଼ିଶାରେ ୨୦୦୦ ମସିହା ବେଳକୁ ମାତ୍ର ତିନୋଟି ମେଡିକାଲ କଲେଜ ଥିଲା କ୍ଷ ଓଡ଼ିଶାରେ ଆହୁରି ଆଠୋଟି ମେଡିକାଲ କଲେଜ ଓ ଦୁଇଟି ପିଜି କଲେଜ ଖୋଲାଯାଇଛି କ୍ଷ ପୂର୍ବରୁ ପ୍ରତି ବର୍ଷ ୩୨୧ ଟି ଏମବିବିଏସ ଓ ୨୫୪ଟି ସ୍ପେସିଆଲିଷ୍ଟ ବାହାରୁଥିବା ବେଳେ ଏବେ ପ୍ରତି ବର୍ଷ ୨୫୨୫ଟି ଏମବିବିଏସ ଓ ୧୦୦୭ ଜଣ ସ୍ପେସିଆଲିଷ୍ଟ ବାହାରୁଛନ୍ତି କ୍ଷ ବିଗତ ପାଞ୍ଚ ବର୍ଷରେ ଦଶ ହଜାର ଜଣ ଡାକ୍ତର ଓ ବାର ହଜାର ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆ ଯାଇଛି କ୍ଷ ବିଜେପି ଦ୍ୱାରା ଓଡ଼ିଶାରେ ଡାକ୍ତର ଅଭାବ ଥିବା କରା ଯାଉଥିବା ଅଭିଯୋଗକୁ ମଧ୍ୟ ଡ଼ଃ ପଟ୍ଟନାୟକ ଖଣ୍ଡନ କରିଥିଲେ  l କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପାର୍ଲିଆମେଣ୍ଟରେ ଦିଆ ଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶାର ପ୍ରତି ୨୪୯୫ ଜଣଙ୍କ ପାଇଁ ଜଣେ ଡାକ୍ତର ଥିଲା ବେଳେ ୩୬୯୨ ଜଣଙ୍କ ପାଇଁ ଜଣେ ଡାକ୍ତର, ହରିଆନାରେ ପ୍ରତି ୬୨୮୭ ଜଣଙ୍କ ପାଇଁ ଜଣେ ଡାକ୍ତର ଓ ମଧ୍ୟପ୍ରଦେଶରେ ୨୬୯୧ ଜଣଙ୍କ ପାଇଁ ଜଣେ ଡାକ୍ତର, ଛତିଶଗଡ଼ରେ ୪୦୪୫ ଜଣଙ୍କ ପାଇଁ ଜଣେ ଡାକ୍ତର, ବିହାରରେ ୩୫୩୬ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି କ୍ଷ ଏହି ତଥ୍ୟରୁ ସ୍ପଷ୍ଟ ଅନୁମେୟ ଓଡ଼ିଶାର ଡାକ୍ତର ଓ ଜନତା ରେସିଓ କ୍ଷେତ୍ରରେ ଓଡିଶା ବିଜେପି ଶାସିତ ଅନେକ ରାଜ୍ୟ ମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି କ୍ଷ ଏହି ତଥ୍ୟ ବିଜେପି ନେତା ମାନଙ୍କ ପାଖରେ ଥିଲେ ମଧ୍ୟ ସେମାନେ ନିର୍ବାଚନୀ ସଭାରେ ମିଥ୍ୟା ଅଭିଯୋଗ ଆଣି ଓଡିଶାକୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି ଓ ଭୋଟ ହାତେଇବାକୁ ବିଫଳ ପ୍ରୟାସ କରୁଛନ୍ତି

 

Nalco

Leave A Reply