Odisha news

ମାତ୍ର ଦୁଇଟି କର୍ପୁର ଓ ଗୋଟିଏ ଚାମଚ ସୋରିଷ ତେଲ ରେ ନିୟମିତ ହୁଅନ୍ତୁ ମାଲିସ, ଦୂର ହୋଇଯିବ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା  

0

ଆମେ ଜାଣିଛେ ସୋରିଷ ତେଲ ରୋଷେଇ ପାଇଁ ବ୍ୟବହାର ହୁଏ ଏବଂ ପୂଜା କାର୍ଯ୍ୟରେ କର୍ପୁର ର ବ୍ୟବହାର ହୋଇଥାଏ l କିନ୍ତୁ ଏହି ଦୁଇଟି ବସ୍ତୁ ଔଷଧୀୟ ଗୁଣରେ ଭରପୁର ଅଟେ l ସୋରିଷ ତେଲ ଓ କର୍ପୁର ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ, ଯାହାକି ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା କୁ ଦୂର କରିଥାଏ l

* ସୋରିଷ ତେଲ ରେ ଆଣ୍ଟି ଅକ୍ସିଡେଣ୍ଟ , ଆଣ୍ଟି ବ୍ୟାକ୍ଟେରିଆଲ , ଆଣ୍ଟି ଫାଙ୍ଗଲ ଓ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ଭରପୁର ମାତ୍ରାରେ ରହିଛି l ଏହାଦ୍ୱାରା ତ୍ୱଚା ଜନିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ l

* କର୍ପୁର ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫାଙ୍ଗଲ ଗୁଣ ଭରପୁର ମାତ୍ରାରେ ରହିଥାଏ l ଏହାଦ୍ୱାରା ଅନେକ ସମସ୍ୟାରୁ ଆରମ୍ ମିଳିଥାଏ l ତ୍ୱଚା ପାଇଁ ଏହା ଗୋଟିଏ ଭଲ ମାଧ୍ୟମ ଅଟେ l ସେଥିପାଇଁ ସୋରିଷ ତେଲକୁ ହାଲୁକା ଉଷୁମ କରି ସେଥିରେ କର୍ପୁର ମିଶାଇ ନିଅନ୍ତୁ l ଏହି ମିଶ୍ରଣ କୁ ତ୍ୱଚାର ସଂକ୍ରମିତ ସ୍ଥାନରେ ମାଲିସ କରି ନିଅନ୍ତୁ l

* ଯଦି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ନିୟମିତ ଭାବରେ ପ୍ରଭାବିତ ହେଉଛନ୍ତି ତେବେ ଏହି ମିଶ୍ରଣ କୁ ଗଣ୍ଠିରେ ମାଲିସ କରନ୍ତୁ l ଏହାଛଡା ବିନ୍ଧା ଓ ଯନ୍ତ୍ରଣା ଲାଘବ ହେବାରେ ଆରାମ ମିଳିଥାଏ l

* ପ୍ରାୟତଃ ଆମର ଅନେକ ଲୋକଙ୍କର ଅଂଟା ଯନ୍ତ୍ରଣା ଦେଖା ଯାଇଥାଏ, ଏପରି ସ୍ଥିତିରେ ଅଂଟାରେ ଏହି ମିଶ୍ରଣକୁ ହାଲୁକା ମାଲିସ କରି ଗରମ ସେକ ନିଅନ୍ତୁ l ଦେଖିବେ ଯନ୍ତ୍ରଣାରୁ ଆରାମ ମିଳିବ l

* ସୋରିଷ ତେଲ ଓ କର୍ପୁର ନିୟମିତ ଭାବରେ ରାତ୍ରି ସମୟ ରେ କେଶ ମୂଳରେ ମାଲିସ କରି ନିଅନ୍ତୁ, ଏପରି କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ l ଏବଂ କେଶ ରେ ମଧ୍ୟ ଚମକ ଆସିଥାଏ l

* ପ୍ରତିଦିନ ଶୋଇବା ପୂର୍ବରୁ ପାଦ ତଳରେ ସୋରିଷ ତେଲ ଓ କର୍ପୁର ମାଲିସ କରି ନିଅନ୍ତୁ l ଏହାଦ୍ୱାରା ଚକ୍ଷୁ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ଏବଂ ଚକ୍ଷୁ ସୁସ୍ଥ ରହିଥାଏ l

Leave A Reply