Odisha news

ମଧ୍ୟପ୍ରଦେଶର ଗୋଟିଏ ଏଭଳି ବିଧାୟକ, ଯାହାଙ୍କ ନିକଟରେ ନାହିଁ ନିଜସ୍ୱ କାର , ମତଦାନ ରେ ବିଜୟ ଲାଭ ପରେ ବାଇକରେ ପହଁଚିଲେ ଭୋପାଲ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜନୀତି ରେ ସରପଞ୍ଚ, ଜିଲ୍ଲା ପଂଚାୟତ ସଦସ୍ୟ ଭଳି ପଦାଧିକାରୀ ଙ୍କ ନିକଟରେ ରହିଛି ନିଜସ୍ୱ ଚାରିଚକିଆ ଯାନ l କିନ୍ତୁ ଏହି ରାଜ୍ୟର ୨୩୦ ଜଣ ସଂସଦ ଙ୍କ ମଧ୍ୟରେ ଏଭଳି ଜଣେ ନେତା ଅଛନ୍ତି ଯାହାଙ୍କ ନିକଟରେ ନିଜସ୍ୱ କାର ନାହିଁ l କିନ୍ତୁ ତାଙ୍କ ପାଖରେ ଖଣ୍ଡିଏ ବାଇକ ରହିଛି l ଡିସେମ୍ବର ୩ ତାରିଖ ଦିନ ମତଦାନ ର ପରିଣାମ ଆସିବା ପରେ ବିଜୟଲାଭ କରିଥିବା ସାଂସଦ ନିଜ ବାଇକ ରେ MLA ଲେଖି ଦେଇଥିଲେ l

ସୂଚନା ଯୋଗ୍ୟ ଯେ ମଧ୍ୟପ୍ରଦେଶ ର ରତଳାମ ଜିଲ୍ଲାର ସୈଲାନା ବିଧାନସଭା ରୁ ଭାରତୀୟ ଆଦିବାସୀ ଦଳ ରୁ କମଳେଶ୍ଵର ଡଡିଆର ବିଜୟ ଲାଭ କରିଛନ୍ତି l ଭୋଟ ଫଳାଫଳ ଆସିବା ପରେ ଆସିବା ପରେ ବିଧାୟକ ଙ୍କୁ ଭୋପାଲ ଯିବାର ଥିଲା, ଏପରି ସ୍ଥିତି ରେ ତାଙ୍କ ନିକଟରେ କାର ନଥିଲା l ତଥାପି ସେ ଗୋଟିଏ କାର ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ l କିନ୍ତୁ ସଫଳ ହୋଇପାରି ନଥିଲେ l ଏହାପରେ ସେ ନିଜ ଶାଳକ ମହାଶୟ ଙ୍କ ସହିତ ବାଇକ ଯୋଗେ ୩୦୦ କିଲୋମିଟର ବାଇକ ଯୋଗେ ଯାଇ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ରେ ପହଂଚି ଥିଲେ l

ନବନିର୍ବାଚିତ ସଂସଦ କମଳେଶ୍ଵର ନିଜ ବାଇକ ରେ MLA ମଧ୍ୟ ଲେଖିଛନ୍ତି l ସୂଚନାଯୋଗ୍ୟ ଯେ କମଳେଶ୍ଵର ଆର୍ଥିକ ଭାବରେ ଖୁବ ଦୁର୍ବଳ ଅଟନ୍ତି l ମତଦାନ ସମୟରେ ସେ ପୋଷ୍ଟର ଓ ଅନ୍ୟାନ୍ୟ ପ୍ରଚାର କାର୍ଯ୍ୟ ପାଇଁ ୧୨ ଲକ୍ଷ ଟଙ୍କା ଧାର କରିଛନ୍ତି l ଏହି ଅର୍ଥ ସେ ଆଦିବାସୀ ସମାଜ ନିକଟରୁ ଉଧାର ଆକାରରେ ଆଣିଥିଲେ l ବିଜୟ ଲାଭ କରିବା ପରେ କମଳେଶ୍ଵର କାର ପରିବର୍ତେ ଅଟୋ ରେ ବିଜୟ ରାଲି କରିଥିଲେ l

Har Ghar Tiranga

Leave A Reply